ବନବାସୀଙ୍କ ଘର ପୋଡ଼ିଦେଲେ ଜଙ୍ଗଲ ସୁରକ୍ଷା ସମିତି,ଥାନାରେ ଅଭିଯୋଗ

କଳାହାଣ୍ଡି,(ୱାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ସର୍ଗିଗୁଡା ଦାବ୍ରିଗୁଡା ସାହାଜଖୋଲ ଜଙ୍ଗଲ ଭିତରେ ଥିବା ପୋଲକା ଜଙ୍ଗଲରେ  ରହୁଥିବା ୫ ବନବାସୀଙ୍କ ଘରକୁ କେହି ଦୃବୃର୍ତ୍ତ ପୋଡ଼ି ଦେଇଥିବା ଆମପାଣି ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଡପୋଡାଗୁଡା ପଞ୍ଚାୟତର ୬ ପରିବାର ଓ ନବରଙ୍ଗପୁର ଜିଲ୍ଲା ଚନ୍ଦ୍ରପୁର ଗାଁର ୫ ପରିବାର ଦିର୍ଘ ୫ ବର୍ଷ ପାଖାପାଖି ହେବ ସେଠାରେ ବସବାସ କରି ଆସିବା ସହ ମକାଚାଷ କରି ପରିବାର ପ୍ରତି ପୋଷଣ କରିଆସୁଛନ୍ତି । ହେଲେ ଗତକାଲି ଅପରାହ୍ନ ସମୟରେ କିଛି ଦୃବୃର୍ତ୍ତ ସେଠାରେ ପହଞ୍ଚି ଘରକୁ ଜାଳି ଦେଇଥିବା ଅଭିଯୋଗ ହୋଇଛି । ଘର ପୋଡିଯିବା ପରେ ୫ ପରିବାର ବେଘର ହୋଇ ଖୋଲା ଆକାଶ ତଳେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି । ନିଆଁରେ ପୋଡ଼ି ଚାଉଳ ଟଙ୍କା ଲୁଗାପଟା ଓ ଜରୁରୀ କାଗଜପତ୍ର ପୋଡ଼ି ଯାଇଥିବାରୁ ପାଞ୍ଚ ପରିବାର ଏବେ ବେସାହାରା ହୋଇ ପଡିରହିଛନ୍ତି । ଅଭିଯୋଗ ପରେ ଆମପାଣି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି | ଅନ୍ୟପଟେ ଘରପୋଡ଼ି ଥିବା ଲୋକେ ବନବିଭାଗର ନିର୍ଦ୍ଦେଶରେ ଜଙ୍ଗଲ ସୂରକ୍ଷା କମିଟି ଘରପୋଡ଼ି ଥିବା ସନ୍ଦେହ କରୁଥିବା ବେଳେ ଜଙ୍ଗଳ ସୂରକ୍ଷା କମିଟି ସଭାପତି ସିଧାସଳଖ ଅଭିଯୋଗକୁ ଖଣ୍ଡନ କରିଛନ୍ତି | ତେବେ ଏହି ବିପନ୍ନ ପରିବାର ପ୍ରଶାସନ ନିକଟରେ ସହାୟତା କରିବାକୁ ଦାବି କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ