ବନବାସୀ ସେବାସମିତି ପକ୍ଷରୁ ଅଙ୍ଗନୱାଡିମାନଙ୍କୁ ସାନିଟାଇଜେସନ ପ୍ରଦାନ।
ଫୁଲବାଣୀ (ସୁର୍ଯ୍ୟ ନାରାୟଣ ବେହେରା) : ଆଜି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବନବାସୀ ସେବା ସମିତି ସହାୟତାରେ ଚାଇଲ୍ଡଲାଇନ୍, କନ୍ଧମାଳ ଦ୍ୱାରା ଖଜୁରୀପଡାରେ ଚାଇଲ୍ଡଲାଇନର ନିର୍ଦ୍ଦେଶକ ତଥା ବନବାସୀ ସେବା ସମିତିର ସହ ସମ୍ପାଦକ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ପଣ୍ଡା ଶିଶୁମାନଙ୍କ ପାଇଁ ତଥା କରୋନା ମୁକାବଲା ପାଇଁ କାର୍ଯ୍ୟ କରୁଥିବା ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ସାନିଟାଇଜର କିଟ୍ ପ୍ରଦାନ କରିଥିଲେ ଓ ୧୨ ଜଣ ଅସହାୟ ବୃଦ୍ଧାଙ୍କୁ ରେସନ ସାମଗ୍ରୀ ପ୍ରଦାନ କରିଥିଲେ। ଶେଷରେ କିଶୋରୀବାଳିକା ମାନଙ୍କୁ କରୋନା ଭୁତାଣୁ ସମ୍ପର୍କରେ ସଚେତନ କରିଥିଲେ। ଯଥା ସାମାଜିକ ଦୁରତା, ମାସ୍କ ପିନ୍ଧବା, ସାବୁନରେ ବାରମ୍ବାର ହାତ ଧୋଇବା ସମ୍ପର୍କରେ ସଚେତନ କରାଯାଇଥିଲା ଓ ଶେଷରେ କିଶୋରୀବାଳିକାମାନଙ୍କୁ ନାପ୍କିନ ପ୍ରଦାନ କରାଯାଇଥିଲେ। ଏହି କାର୍ଯକ୍ରମରେ ଚାଇଲ୍ଡଲାଇନ୍ ର କେନ୍ଦ୍ରସଂଯୋଜିକା ରଞ୍ଜିତା କମ୍ପ, ଟିମ୍ ମେମ୍ବର ଶିବଶଙ୍କର ବେହେରା ଓ ରାଜଲକ୍ଷ୍ମୀ ମହାକୁଡ ପ୍ରମୁଖ ସହଯୋଗ କରିଥିଲେ। ଖଜୁରୀପଡ଼ା ସମିତି ସଭ୍ୟା ଶ୍ରୀମତୀ ଗୀତାଞ୍ଜଳି ସାହୁ ଓ ଅଙ୍ଗନଓ୍ବାଡି କର୍ମୀ ସଞ୍ଜୁକ୍ତା ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିଥିଲେ ।