ବନବାସୀ ସେବା ସମିତିର ଜୟନ୍ତୀ ସମାରୋହ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବନବାସୀ ସେବା ସମିତି ୫୨ତମ ଜୟନ୍ତୀ ସମାରୋହ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ଜନ୍ମତିଥୀ ବୁଦ୍ଧପୁର୍ଣ୍ଣୀମା ରେ ପାଳନ ହୋଇଯାଇଛି । ଏଥିରେ ସଭାପତିତ୍ୱ ଅନୁଷ୍ଠାର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା କରିଥିଲେ ଓ ମୁଖ୍ୟ ଅତିଥୀ ଭାବେ ଡଃ ନାଫିସା ଗୋଗା ଡିଗ୍ଡସୁଜା ପ୍ରତିଷ୍ଠାତା ସମ୍ପାଦକ ଏବଚ ପ୍ରତିଷ୍ଠାତା ଅଧକ୍ଷ ଆଇଏନଇସିସି ଈଣ୍ଡିଆ.ଲାୟା ଭିଶାଖପାଟଣା, ସମ୍ମାନିତ ଅତିଥୀ ଭାବେ ଡୋନିକ ଡସୁଜା.ପରାମର୍ଶଦାତା ଲାୟା ଭିଶାଖପାଟଣା,ସିର୍ଦ୍ଧାଥ କାର୍ଯ୍ୟନିର୍ବାହୀ ଲାୟା,,ବେଣୁଧର ସୁତାର ରାଜ୍ୟମୁଖ୍ୟ ଆଶାକିରଣ ଭୁ ବନେଶ୍ୱର,ଗୋବିନ୍ଦ ପ୍ରଧାନ ଅଧକ୍ଷ ଏନଏସି ବାଲିଗୁଡା.ପ୍ରମୁଖ ମଂଚାସୀନଥିଲେ । ସ୍ୱାଗତ ଭାଷଣ ସହ ଅତିିଥୀ ପରିଚୟ ଏବଂ ବିବରଣୀ ପାଠ କରିଥିଲେ ବନବାସୀ ସେବା ସମିତିର ସହସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା । ସର୍ବଧର୍ମ ପ୍ରାର୍ଥନା ,ପ୍ରାରମ୍ଭିକ ଓ ଉଦଯାପନୀ ସଙ୍ଗିତ ଅନୁଷ୍ଠାନର ଛାତ୍ରଛାତ୍ରୀ ଗାନ କରିଥିଲେ ।ଶେଷରେ ବିଶ୍ୱଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।


