ବନବାସୀ ସେବା ସମିତି ଦ୍ୱାରା ୨୨୦ସାନିଟେରୀ କିଟ ବଣ୍ଟନ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାର ଅଗ୍ରଣି ଅନୁଷ୍ଠାନ ବନବାସୀ ସେବା ସମିତି ଦ୍ୱାରା ୨୨୦ସାନିଟେରୀ କିଟ ବଣ୍ଟନ କରାଯାଇଛି । ଏହି ସାନିଟେରୀ କିଟରେ ହାତ ପିନ୍ଧା ଗଲୋବସ ସାନିଟାଇଜର,ସାବୁନ ଓ ମାକ୍ସ ରହିଅଛି । ଏହାକୁ ସ୍ଥାମୀୟ ଆଇସିଡିଏସ କାର୍ଯ୍ୟାଳୟ ପରିସରରେ ଅଙ୍ଗନବାଡି କର୍ମି,ଆଇସିଡିଏସର କର୍ମଚାରୀ ମାନଙ୍କୁ ଓ କୋଭିଡ-୧୯ରେ ଆଗଧାଡିର ଯୋଦ୍ଧା ମାନଙ୍କୁ ଏହି କିଟ ଦିଆଯାଇଛି । ଏହି ପରି ଏହି ସଂସ୍ଥା ଦ୍ୱାରା ବାଲିଗୁଡା,କୋଟଗଡ,ତୁମୁଡିବନ୍ଧା ଆଦି ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ଶୁଖା ଖାଦ୍ୟ,ସାବୁନ,ମାକ୍ସ ବଣ୍ଟନ କରିଛନ୍ତି । ଆଜିର ଏହି ବଣ୍ଟନ ସମୟରେ ସିଡିପିଓ ଅନିତା ଦାସ,ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା,ସହସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା,ବିଶ୍ୱଜିତ ଜନୋ,ଆଲୋକ ନାୟକ ଡିପିସି,ସୁରେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।