ବନବାସୀ ସେବା ସମିତି ପରିସରରେ ପ୍ରଫେସର ଡ଼ଃ ସୁଦର୍ଶନ ଆଚାର୍ଯ୍ୟ ସ୍ମୃତି ସଭା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶାଳବଣ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ବିଜେତା ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରଫେସର ଡ଼ଃ ସୁଦର୍ଶନ ଆଚାର୍ଯ୍ୟଙ୍କ ସ୍ମୃତି ସଭା ସ୍ଥାନୀୟ ବନବାସୀ ସେବା ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ପ୍ରଥମେ ପ୍ରଫେସର ଡ଼ଃ ସୁଦର୍ଶନ ଆଚାର୍ଯ୍ୟଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଥିଲା।ଏଥିରେ ସଂସଦର ସଭାପତି ଡ଼.ମଧୁସୂଦନ ମହାପାତ୍ର ସଭାପତିତ୍ବ କରିଥିଲାବେଳେ ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସମିତିର ସହ ସମ୍ପାଦକ ରବୀନ୍ଦ୍ରକୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ କୁରେଇ ର ମୁଖ୍ୟ ସମ୍ପାଦକ ଡଃ.ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ। ସଂସଦର ସମ୍ପାଦକ ରବୀନ୍ଦ୍ର ନାଥ ରଥ, ଉପ ସଭାପତି ପ୍ରହ୍ଲାଦପ୍ରସାଦ ଲେଙ୍କା, ବିଶ୍ଵଜିତ ଜେନା, ନୋଟାରୀ ପବ୍ଲିକ କୌଶିକ ସାହୁ, ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିଶ୍ଵେଶ୍ଵର ଆଚାର୍ଯ୍ୟ, କବି ମିହିର ପାଢ଼ୀ, ଶରତ ଚନ୍ଦ୍ର ମିଶ୍ର, ସସ୍ମିତା ପଣ୍ଡା, ଦୀପ୍ତିମୟୀ ରଥ, କୈଳାଶ ଚନ୍ଦ୍ର ବେହେରା, ରଞ୍ଜିତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅଭିବ୍ୟକ୍ତି ରଖିଥିଲେ l ଶେଷରେ ସମ୍ପାଦକ ଶ୍ରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ