ବନବାସୀ ସେବା ସମିତି ପ୍ରତିଷ୍ଠାତାଙ୍କ ୧୧ତମ ଶ୍ରାଦ୍ଧ ଦିବସ ପାଳନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା, ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ସେବକ ଓ ବିଶିଷ୍ଟ ଗାନ୍ଧିବାଦୀ ବିଶ୍ଵନାଥ ପଟ୍ଟନାୟକ (ଆଜ୍ଞା) ଙ୍କ ୧୧ତମ ଶ୍ରାଦ୍ଧ ଦିବସ ସମିତି ସଭାଗୃହ ପରିସରରେ ପାଳନ ହୋଇଯାଇଛି l ବାଲିଗୁଡ଼ା ଆଦର୍ଶ ପୁଷ୍କରିଣୀ ଥିବା ଆଜ୍ଞାଙ୍କ ପ୍ରତି ମୂର୍ତ୍ତି ଉପରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ସର୍ବ ଧର୍ମ ପ୍ରାର୍ଥନା ହୋଇଥିଲା |ଏହା ପରେ ଏକ ବୈଠକ ହୋଇଥିଲା | ବୈଠକରେ ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡ଼ଃ ବିଭୂତି ଭୂଷଣ ଆଚାର୍ଯ୍ୟ, ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ମଧୁସୂଦନ ମହାପାତ୍ର, ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ସିଡିପିଓ ଅନିତା ଦାସ, ସମାଜସେବୀ ଟଙ୍କଧର ପରିଡା ପ୍ରମୁଖ ଉପସ୍ଥିତ ରହି ବିଶ୍ଵନାଥ ଆଜ୍ଞାଙ୍କ ସ୍ୱାଧୀନତା ସଂଗ୍ରାମ, ଭୁଦାନର ରଚନାତ୍ମକ କାର୍ଯ୍ୟକ୍ରମ, ଓ ଅଶ୍ରୁଶ୍ୟତା ଦୂରୀକରଣ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକକପାତ କରିଥିଲେ l ଶେଷରେ ସଂଚାର ଫିଲ୍ମ ପ୍ରାୟୋଜିତ ତୁଷାର ପରିଛାଙ୍କ ଦ୍ୱାରା ନିର୍ଦେଶତ ଏକ ଭିଡ଼ିଓ “ବିଶ୍ଵନାଥ ପଟ୍ଟନାୟକ ଜଣେ ସଚ୍ଚା ଗାନ୍ଧୀବାଦୀ “କୁ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା l ସମିତିର ବିଶ୍ୱଜିତ ଜେନା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ମମତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଉତ୍ସବରେ ସମିତିର ସମସ୍ତ କର୍ମଚାରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ