ବନବିଭାଗର ସଂରକ୍ଷିତ ଜଙ୍ଗଲ ଜମି ଚି଼ହ୍ନଟ ଓ ଜବରଦଖଲ ଉଛେଦ

କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ବନଖଣ୍ଡ ପକ୍ଷରୁ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ଙ୍କ ତତ୍ୱାବଧାନ ରେ କରଞ୍ଜିଆ ସହର ର ମାଣିକ ଛକ ନିକଟରେ ଥିବା ବଣସାହି ସଂରକ୍ଷିତ ଜଙ୍ଗଲ ଜମି ର ଚି଼ହ୍ନଟ ଓ ସୀମା ନିର୍ଧାରଣ ପରେ ବନ ବିଭାଗ ପକ୍ଷରୁ ସୀମାରେ ଟ୍ରେଞ୍ଜ ଭଳି ଗାତ ଖୋଳି ଯାଗା କୁ ନିଜ ଅକ୍ତିଆର କୁ ନେଇଛି
ଆଜି ୧୨ ଘଟିକା ସମୟ ରେ କରଞ୍ଜିଆ ବନଖଣ୍ଡ ର ସହକାରୀ ବନ ସଂରକ୍ଷକମଦନ ମୋହନ ମହାନ୍ତ, ସହକାରୀ ବନ ସଂରକ୍ଷକ ପ୍ରଭାତ କୁମାର କୁଅଁର,କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ ସ୍ୱାଇଁ, ଦୁଧିଆଣି ବନାଞ୍ଚଳ ଅଧିକାରୀ ମହାବୀର ସିଂ ମୁର୍ମୁ,କରଞ୍ଜିଆ ବନପାଳ ସୁରମୋହନ ବେହେରା, ସିଙ୍ଗଡ଼ା ବନପାଳ ଦିପ୍ତିମୟୀ ସେଠୀ, ରରୁଆଁ ବନପାଳ ଜୟସିଂ ମହାନ୍ତ ଙ୍କ ସହିତ ଅନ୍ୟ ବନ୍ୟ କର୍ମଚାରୀ ଉପସ୍ଥିତି ରେ ଚି଼ହ୍ନଟ ପ୍ରକ୍ରିୟା ହୋଇଥିଲା
କରଞ୍ଜିଆ ରାଜସ୍ବ ନିରୀକ୍ଷିକା ମାଗନୁମ ହାଁସଦା ତାଙ୍କ କର୍ମଚାରୀ ଜମି ଚି଼ହ୍ନଟ କାର୍ଯ୍ୟ କରିଥିଲେ
ରାଜସ୍ବ ବିଭାଗ ଦ୍ୱାରା ମାପ ପରେ ଜଙ୍ଗଲ ଜମି ଚି଼ହ୍ନଟ ହେବାପରେ ବନବିଭାଗ ପକ୍ଷରୁ ପୋକଲେନ ଯୋଗେ ସୀମାରେ ସିଧା ସଳଖ ଭାବେ ଟ୍ରେଞ୍ଜ ଭଳି ଗାତ କରାଯାଇ ଆଗକୁ ଯେପରି ଜମି ରେ ଜବରଦଖଲ ହେବ ନାହିଁ ତାହା ପ୍ରୟାସ କରାଯାଇଛି
ନିକଟରେ ଥିବା ବହୁତଳ କୋଠା ର ପଛ ଅଂଶ କୁ ମାମଲା ହାଇକୋର୍ଟ ରେ ବିଚାରଧୀନ ଥିବାରୁ ସେହି ଅଞ୍ଚଳ କୁ ଚି଼ହ୍ନଟ କରାଯାଇ ନାହିଁ ଆଗାମୀ ସମୟରେ କୋର୍ଟ ଙ୍କ ନିଷ୍ପତି ଆସିଲେ ପୁଣି ମାପ କରାଯାଇ ଜମି ଚି଼ହ୍ନଟ ପରେ ପଦକ୍ଷେପ ନିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି
ଶାନ୍ତି ଶୃଙ୍ଖଳା ଦୃଷ୍ଟି ରୁ କରଞ୍ଜିଆ ପୋଲିସ ଉପସ୍ଥିତ ରହିଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ