ବନବିଭାଗ ଅସ୍ଥାୟୀ କର୍ମଚାରୀଙ୍କ ପ୍ରତିବାଦ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ହଦଗଡ ବନାଞ୍ଚଳ ଅଧୀନରେ କାର୍ଯ୍ୟରତ ୬୭ଜଣ ଅସ୍ଥାୟୀ କର୍ମଚାରୀ ୩ଦଫା ଦାବି ପୂରଣ ଦାବିରେ ସୋମବାର ଠାରୁ କଳା ବ୍ୟାଜ୍ ପରିଧାନ କରି ପ୍ରତିବାଦ ଜାରି ରଖିଛନ୍ତି । ହଦଗଡ଼ ବନାଞ୍ଚଳର ଗୟାଧର ପଣ୍ଡିତ, ପ୍ରେମାନନ୍ଦ ଜେନା, ଅର୍ଜୁନ ହାଁସଦା, ହଳଧର ମାଝୀ, ଶ୍ରୀଧର ନାୟକ, ଭଜହରୀ ମହାପାତ୍ର, ରତିକାନ୍ତ ଜେନା, ପ୍ରହ୍ଲାଦ ଜେନା, ରାଜୀବ ଲୋଚନ ଅମାନ୍ତ, ଦୁର୍ଯ୍ୟୋଧନ ପାଢ଼ୀ, ଉଦୟ ହେମ୍ବ୍ରମ, ପ୍ରଶାନ୍ତ ଜେନା, ଦୀପକ ପାତ୍ର, ରାଜୀବ ଟୁଡୁ, ରାଜକିଶୋର ଖଣ୍ଡେଇ ପ୍ରମୁଖ କଳା ବ୍ୟାଜ ପିନ୍ଧି ନିରବ ପ୍ରତିବାଦ କରିଥିବା ଦେଖାଯାଇଛି। ନିରବପୂର୍ଣ୍ଣ ଭାବେ ଓଡିଶା ସରକାରୀ ଆଉଟସୋରସିଙ୍ଗ କର୍ମଚାରୀ ମହାମଞ୍ଚର ଡାକରାରେ ତିନି ଦଫା ଦାବି ଯଥା , ଛଟେଇ କର୍ମଚାରୀଙ୍କୁ ଥଇଥାନ, ଦୈନିକ ବେତନ ସହ କର୍ମଚାରୀଙ୍କୁ ସମାନ ଅଧିକାର, ସମସ୍ତ ସରକାରୀ ଅଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ସ୍ଥାୟୀ କରିବା ଦାବି ରହିଛି। ଏନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି। ୨୪ମାର୍ଚ୍ଚରୁ ଭୁବନେଶ୍ଵର ଗାନ୍ଧୀ ମାର୍ଗରେ ସମସ୍ତ ଜିଲ୍ଲାରୁହଜାର ହଜାର କର୍ମଚାରୀ ନିଜର ନ୍ୟାଯ୍ୟ ଦାବି ପାଇଁ ଅନିର୍ଦ୍ଦିଷ୍ଟ ଯାଏଁ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି।