ବନବିଭାଗ ଏବେ ଆକ୍ସନ ମୋଡ଼ରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଆଉ କ୍ଷମାନାହିଁ
ସମ୍ବଲପୁର, (ଲିପନ ନାଏକ):ଗତ କିଛିଦିନ ତଳେ ଭୋଜପୁର ବନ କ୍ଷେତ୍ର ଅଧିନସ୍ଥ ସିରିଡ଼ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଦୋଷୀ ବ୍ୟକ୍ତି ଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଗତକାଲି ଆଉ ଜଣେ ଦୋଷୀଙ୍କୁ ବନବିଭାଗ ଗିରଫ କରିଛି lସୂଚନା ମୁତାବକ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଜମନକିରା ବନାଞ୍ଚଳ ଫାଶୀମାଲ ବନ କ୍ଷେତ୍ର ବଡ଼ଲଙ୍ଗାବାହାଲ ବିଟ ଅଧିନସ୍ଥ ମୁକ୍ତେଶ୍ଵର ରିଜର୍ଭ ଫୋରେଷ୍ଟ ରେ ବଡ଼ଲଙ୍ଗାବାହାଲ ପିତା – ସ୍ବର୍ଗତ ଜଗତରାମ ମରେଈ ଙ୍କ ପୁତ୍ର ସୁମନ୍ତ ମରେଈ ଙ୍କୁ ଜଙ୍ଗଲରେ ନିଆଁ ଲଗାଉଥିବା ନେଇ ଫୋରେଷ୍ଟର ଦୁବରାଜ ଗୁଞ୍ଜୁ ଶୁଣିବାକୁ ପାଇଥିଲେ l ଫରେଷ୍ଟର ଗୁଞ୍ଜୁ ଫୋରେଷ୍ଟ ଗାର୍ଡ ମିନା କୁମାର ଜୟପୁରିୟା ଙ୍କୁ ନେଇ ବ୍ୟକ୍ତି ଜଣକ ନିଆଁ ଲଗାଇଥିବା ସ୍ଥାନକୁ ପହଂଚି ତାକୁ ଗିରଫ କରି ରେଞ୍ଜର ଲଷ୍ମୀନାରାୟଣ ନାଏକ ଙ୍କୁ ଜଣାଇଥିଲେ l ବନବିଭାଗ ପକ୍ଷରୁ ଅଭିଯୁକ୍ତ ସୁମନ୍ତ ମରେଈ ଙ୍କୁ ଅଣ୍ଡର ସେକ୍ସନ ଓଡିଶା ଫୋରେଷ୍ଟ ଆକ୍ଟ ୧୯୭୨ ଅଣ୍ଡର ସେକ୍ସନ ୩୭ ଡି ଅନୁଯାଇ ଜମନକିରା କେଶ ରେଞ୍ଜ ନମ୍ବର ୧୬୩/୨୦୨୫ ଅନୁଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି l ବିଭିନ୍ନ ଗଣମାଧ୍ୟମରେ ଜଙ୍ଗଲରେ ନିଆଁ ଲାଗୁଥିବା ଖବର ପ୍ରକାଶିତ ପରେ ବନବିଭାଗ ଏବେ ଆକ୍ସନ ମୋଡ଼ରେ ଆସିଛି l ରେଞ୍ଜର ନାଏକ ଙ୍କ କହିବା ଅନୁଯାଇ ବର୍ତ୍ତମାନ ଠାରୁ ଯେ କୌଣସି ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଉଥିବା ବନବିଭାଗ ପକ୍ଷରୁ ଦେଖିବାକୁ ପାଇଲେ ସଙ୍ଗେ ସଙ୍ଗେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଜଙ୍ଗଲ ଅଧିନିୟମ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ କରାଯିବ l ବିଭିନ୍ନ ଗ୍ରାମରେ ଆମେ ଆମର ଗୁପ୍ତଚର କାମ କରୁଛନ୍ତି l ଯଦି କୌଣସି ଜଙ୍ଗଲରେ ନିଆଁ ଲାଗିଯାଏ ତାହାହେଲେ ଆମେ ସଙ୍ଗେ ସଙ୍ଗେ ଉକ୍ତସ୍ଥାନକୁ ପହଂଚି ନିଆଁକୁ ଆୟତ୍ତ କରିବୁ ଓ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୋଧରର କରାଯ୍ୟନୁଷ୍ଠାନ କରିବୁ l