ବନବିଭାଗ କାର୍ଯ୍ୟାଳୟ ଘେରିଲେ ପିତାନାଉ ଗ୍ରାମବାସୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ବନ ବିଭାଗର ବାରଣ ଯୋଗୁଁ ପିତାନାଉ ଗ୍ରାମବାସୀମାନେ ଗାଁ କୁ ଘର ନିର୍ମାଣ କରିବାପାଇଁ କଞ୍ଚାମାଲ ଯଥା ପଥର, ଇଟା, ବାଲି, ଚିପିସ ଆଦି ନେଇ ପାରୁନଥିବା ପ୍ରତିବାଦରେ ଆଜି କାଠକଟା ବନବିଭାଗର କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ହଦଗଡ ପଞ୍ଚାୟତର ପିତାନାଉ ଗ୍ରାମଟି ହଦଗଡ ହସ୍ତୀ ଅଭୟାରଣ୍ୟ ଭିତରେ ଅବସ୍ଥିତ ଥିବାବେଳେ ଲୋକମାନେ ଘର ନିର୍ମାଣ କରିବାପାିଁ କଞ୍ଚାମାଲ ନେଇପାରୁ ନାହାନ୍ତି । ବନ ବିଭାଗ ପକ୍ଷରୁ କାଠକଟା ଠାରେ ଗେଟ ପକାଯାଇ ଗାଡି ଯାତାୟତକୁ ବନ୍ଦ କରିଦେଉ ଥିବାରୁ ବନାଞ୍ଚଳରେ ବସବାସ କରୁଥିବା ଏହି ପିତାନାଉ ଗ୍ରାମର ଲୋକମାନେ ଆବାସ ଯୋଜନାରେ ଗର କଣ୍ଡିଏ ମଧ୍ୟ କରିପାରୁ ନାହାନ୍ତି । ଏନେଇ ସେମାନେ ବହୁବର୍ଷ ହେଲା ଦାବି କରିଆସୁôତଲେବି ବନବିଭାଗ ଗ୍ରାମବାସୀଙ୍କ ଦାବିପ୍ରତି କର୍ଣ୍ଣପାତ କରୁନଥିବାରୁ ଗ୍ରାମବାସୀମାନେ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏନେଇ ଆଜି ପିତାନାଉ ଗ୍ରାମର ସବିତା ବିନିସିଆ, କୁସୁଲା ବିନିସିଆ, ହଳିଆ ବେହେରା, ନବ ଖଟୁଆ, ଅନିତା ବେହେରାଙ୍କ ସମେତ ୫୦ରୁ ଉର୍ଦ୍ଧ ଗ୍ରାମବାସୀ କାଠକଟା ବନପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ବନପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଫରେଷ୍ଟରଙ୍କ କହିବାକଥା ଯେ ଛୋଟ ଛୋଟ ଗାଡିରେ କଞ୍ଚାମାଲ ପରିବହନ ପାଇଁ ଅନୁମତି ଦେଇଛୁ, କିନ୍ତୁ ଗ୍ରାମବାସୀମନେ ଟ୍ରକରେ ପରିବହନ କରିବାପାଇଁ କହୁଛନ୍ତି । ଯଦି ବନବିଭାଗ କିଛି ପଦକ୍ଷେପ ନନିଅନ୍ତି ତେବେ ଆମେ ପରେ ରେଞ୍ଜର ଓ ଡିଏଫଓଙ୍କୁ ସାକ୍ଷାତ କରି ଦାବି ଜଣାଇବୁ ବୋଲି ଗ୍ରାମବାସୀମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ