ବନବିଭାଗ ପକ୍ଷରୁ ଅଜଗର ଉଦ୍ଧାର

ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ରେଂଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନର ମୁରୁସୂଆଁ ଗ୍ରାମରେ ଗୁରୁବାର ଏକ ଅଜଗର ସାପ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ବାଲିବନ୍ଧ ଫରେଷ୍ଟର ଖଗେଶ୍ୱର ବାରିକଙ୍କ ସୂଚନାନୁଯାୟୀ, ଗୁରୁବାର ସକାଳେ ଉକ୍ତ ଗ୍ରାମର ରବି ନାଏକଙ୍କ ବାଡିରେ ଏକ ସାଢେ ୫ ଫୁଟ ଲମ୍ବର ଏକ ଅଜଗର ସାପଟି ଜାଲ ଭିତରେ ଫସି ଯାଇ କୁଆଡେ ଯାଇ ପାରିନଥିଲା । ଏହାକୁ ତାଙ୍କ ପରିବାର ଲୋକେ ଦେଖି ବନବିଭାଗକୁ ସୂଚନା ଦେଇଥିଲେ । ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହନଚି ଅଜଗର ସାପକୁ ଉଦ୍ଧାର କରିବା ପରେ ସ୍ଥାନୀୟ ବୈତରଣୀ ନଦୀ ନିକଟସ୍ଥ ଜଙ୍ଗଲରେ ଛାଡିଦେଇଥିବା ଫରେଷ୍ଟର ବାରିକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ