ବନବିଭାଗ ପକ୍ଷରୁ ଟିକିଲିପଡା ସ୍କୁଲଛାତ୍ରୀ ଙ୍କୁ ନେଇ ବନlଗ୍ନୀ ସଚେତନତା

ସମ୍ବଲପୁର, (ଲିପନ ନାଏକ):ଜମନକିରା ରେଞ୍ଜ ଜମନକିରା ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଟିକିଲିପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବନବିଭାଗ ପକ୍ଷରୁ ଅଗ୍ନି ନିରାପଦ ପାଇଁ ଜଙ୍ଗଲ ଏବଂ ବନ୍ୟପ୍ରାଣୀ ଙ୍କୁ ନିଆଁ ଦାଉରୁ ରକ୍ଷା କରିବାକୁ ଏକ ସଚେତନତା କାର୍ଯ୍ୟକ୍ରମ ସହିତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜମନକିରା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଶିଶିର ସାମଲ ଙ୍କ ସଭାପତିତ୍ୱ ରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଟିକିଲିପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସହିତ ଛାତ୍ରୀ ମାନେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟ ରେ ବନ ଅଧିକାରୀ ଛାତ୍ର ଛାତ୍ରୀ ଙ୍କୁ ଜଙ୍ଗଲରେ ନିଆଁ ଲାଗିଲେ ମନୁଷ୍ୟ ଜୀବନରେ କଣ କଣ ସମସ୍ୟା ଦେଖିବାକୁ ମିଳେ, ଜଙ୍ଗଲ ରେ ନିଆଁ ଲାଗିଲେ ଜଙ୍ଗଲୀ ଯିବଯନ୍ତୁ ସହିତ ବଣ କିଭଳି ପ୍ରଭାବିତ ହୋଇଥାଏ ସେ ସମ୍ପର୍କ ରେ ଛାତ୍ରୀ ଙ୍କୁ ଅଭିଭାଷଣ ମାଧ୍ୟମରେ ଜଣାଇଥିଲେ। ସେହିପରି ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ନିଜ ଅଭିଭାଷଣରେ ଛାତ୍ରୀ ଙ୍କୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା, ଜଙ୍ଗଲ ବଞ୍ଚିଲେ ମଣିଷ ବଞ୍ଚିବ ଓ ଜଙ୍ଗଲ ନଷ୍ଟ ହେଲେ ମଣିଷ ର କିଭଳି କ୍ଷତି ହୋଇଥାଏ ନିଜ ଅଭିଭାଷଣ ମାଧ୍ୟମରେ ଛାତ୍ରୀ ଙ୍କୁ ଅବଗତ କରିଥିଲେ। ସେହିପରି ବିଦ୍ୟାଳୟ ଛାତ୍ରୀ ମାନଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏକ ରେଲି ମାଧ୍ୟମରେ ଗ୍ରାମ ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଦେଇ ଜନ ସାଧାରଣ ଙ୍କୁ ସଚେତନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ