ବନବିଭାଗ ର ଅବହେଳା ବିରୋଧ ରେ ରାସ୍ତା ଅବରୋଧ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧୀନ ଦୁଧିଆଣି ରେଞ୍ଜ ରେ ହାତୀଉପଦ୍ରଵ ଓ ଚାଷୀଙ୍କୁ କ୍ଷତିପୂରଣ ରେ ବିଳମ୍ବ ବନବିଭାଗ ର ବେପରୱା ମନୋଭାବ ଯୋଗୁ ହାତୀ ବିଭିନ୍ନ ଚାଷ ସାମଗ୍ରୀ ନଷ୍ଟ କରୁଥିବା ଏବଂ ଚାଷୀ ତାଙ୍କ କ୍ଷତିର ସଠିକ କ୍ଷତିପୂରଣ ପାଇପାରୁନଥିବା ଅଭିଯୋଗ କରି ରେଞ୍ଜ ର ବିଭିନ୍ନ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଆଜି ଦିବା ୧୨ ଘଟିକା ସମୟରେ କରଞ୍ଜିଆ ଯଶିପୁର ରାସ୍ତାକୁ ଦୁଧିଆଣି ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖ ରେ ଦୀର୍ଘ ସମୟ ଧରି ଅବରୋଧ କରି ରଖିଥିଲେ କରଞ୍ଜିଆ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନ କାରୀ ରାସ୍ତାଉପରୁ ହଟି ନଥିଲେ ଘଟଣା ସ୍ଥଳରେ ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗଙ୍ଗୋଇ, କରଞ୍ଜିଆ ଥାନା ଅଧିକାରୀ ରଞ୍ଜନ ସେଠୀ, ଦୁଧିଆଣି ରେଞ୍ଜର ପ୍ରଦୀପ ପୃଷ୍ଟି, ଫୋରେଷ୍ଟର ଠାକୁରଦାସ ହେମ୍ବ୍ରମ ଉପସ୍ଥିତ ହୋଇ ଲୋକଙ୍କୁ ବୁଝାସୁଝା କରିଥିଲେ ଘଟଣା ସ୍ଥଳରେ କରଞ୍ଜିଆ ଏସିଏଫ ଫାଲ୍ଗୁନୀ ବେହେରା ଲୋକଙ୍କ ଦାବୀ ଶୁଣିଥିଲେ ତାଙ୍କ କଥା ମଧ୍ୟ ଲୋକେ ମାନି ନଥିଲେ ଶେଷ ରେ କରଞ୍ଜିଆ ଡ଼ିଏଫଓ ଶ୍ରୀକାନ୍ତ ନାୟକ ଆସି ଲୋକଙ୍କ ଅଭିଯୋଗ ଓ ସମସ୍ୟା ବାବଦରେ ଶୁଣିଥିଲେ ଓ ଲୋକଙ୍କ ଦାବିକୁ ଶୀଘ୍ର ପୂରଣ ଦିଗରେ ପଦକ୍ଷେପ ନେବାକୁ ଘୋଷଣା କରିଥିଲେ ପୂର୍ବତନ ବିଧାୟକ ବିଜୟ ନାୟକ ଲୋକଙ୍କ ସମସ୍ୟା କୁ ଡ଼ିଏଫଓ ଙ୍କୁ ଅବଗତ କରାଇବା ସହିତ ତ୍ୱରିତ କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ ରଖିଥିଲେ ଡ଼ିଏଫଓ ଶ୍ରୀକାନ୍ତ ନାୟକ ଆନ୍ଦୋଳନ କାରୀ ଙ୍କ ଦାବିକୁ ଖୁବ ଶୀଘ୍ର ପୂରଣ କରିବା ସହିତ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଘୋଷଣା ପରେ ରାସ୍ତା ରୋକ ହଟିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ