ବନମାଳୀ ବେହେରା ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ବନମାଳୀ ବେହେରା ଜୁଲାଇ ୩୧ ତାରିଖ ଦିନ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡ଼ିଛି। ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଦିବାକର ମିଶ୍ର ଆଜି ଅବସର ଗ୍ରହଣ କରିଥିଲେ।ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଶ୍ରୀ ମିଶ୍ର ନୂତନ ଅଧ୍ୟକ୍ଷ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଆସନ ନିକଟକୁ ପାଛୋଟି ନେଇ ଶୁଭେଚ୍ଛା ଜଣାଇଥିଲେ। ଏଥିସହ କଲେଜର ରିଡର ବାଲରାଜୁ ପାତ୍ର ଓ ରବୀନ୍ଦ୍ର ନାଥ ପାଳ, ଅଧ୍ୟାପକ ଓ ଅଧ୍ୟାପିକା ଶେଖ ଫରିଦ୍, ଉଷା ରଞ୍ଜନ ଦାଶ, ଦିନେଶ କୁମାର ସାହୁ, ଡକ୍ଟର ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକ, ବିରଞ୍ଚିନାରାୟଣ ରଥ, ବିଶ୍ଵନାଥ ଚୌଧୁରୀ, ରାକେଶ କୁମାର ପ୍ରଧାନ ଓ ଶାନ୍ତନୁ ପ୍ରଧାନ ଏବଂ ଅଣଶିକ୍ଷକ କର୍ମଚାରୀ ବୃନ୍ଦ ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ଜଣାଇଥିଲେ।