ବନାଗ୍ନି ନିୟନ୍ତ୍ରଣ ନେଇ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ବାରିପଦା ବନଖଣ୍ଡ ତରଫରୁ ଏକ ବନାଗ୍ନି ନିବାରଣ ଏବଂ ନିୟନ୍ତ୍ରଣ ନିମନ୍ତେ ଜନ ସଚେତନତା କାର୍ଯ୍ୟକ୍ରମ ବାଲିଡିହା ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଛି. କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦର ଅଧ୍ୟକ୍ଷା ଭାରତୀ ହାଁସଦା ଯୋଗଦେଇ ଜଙ୍ଗଲ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କହିଥିଲେ. ବାରିପଦା ବନଖଣ୍ଡ ଅଧିକାରୀ ଏ.ଉମା ମହେଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସଂଗ୍ରାମ ଏନ.ଜି.ଓ. ର ସମ୍ପାଦିକା ସୁଶ୍ରୀ ସଂଯୁକ୍ତା ବସା, ସ୍ପାର୍ଦା ଏନ.ଜି.ଓ. ର ସଂପାଦକ ବିବେକାନନ୍ଦ ପଟନାୟକ, ବାରିପଦା ଏ.ସି.ଏଫ. ରବିନାରାୟଣ ମାହାନ୍ତି, ଶିମିଳିପାଳ ଦକ୍ଷିଣ ଏ.ସି.ଏଫ ପ୍ରଶାନ୍ତ କୁମାର ସାହୁ, ଶିମିଳିପାଳ ଉତ୍ତର ଏ.ସି.ଏଫ. ଶୈଳେନ୍ଦ୍ର ଦାସ, ବାରିପଦା ସଦର ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ଜେନା, ଅଗ୍ନି ନିବାରଣ ବିଭାଗର ସହକାରୀ ଅଧିକାରୀ ଗୁଣଧର ଜେନା ପ୍ରମୁଖ ଯୋଗଦେଇ ଲୋକଙ୍କୁ ଜଙ୍ଗଲ ଅଗ୍ନି ର ନିବାରଣ ଓ ନିୟନ୍ତ୍ରଣ ବାବଦରେ ସଚେତନ କରାଇ ଥିଲେ. ସହକାରୀ ବନ ସଂରକ୍ଷକ ରବି ନାରାୟଣ ମହାନ୍ତି ଲୋକମାନଙ୍କୁ ଜଙ୍ଗଲ ନିଆଁ ସମ୍ବନ୍ଧରେ ତାଲିମ ଦେଇଥିବା ବେଳେ, ବାରିପଦା ବନଖଣ୍ଡ ଅଧିକାରୀ ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲରେ ନିଆଁ ନଲଗାଇବା ନିମନ୍ତେ ସମୁହ ଶପଥ ପାଠ କରାଇଥିଲେ. କାର୍ଯ୍ୟକ୍ରମରେ ଶାମାଖୁଣ୍ଟା, ସିନ୍ଦୁରଗୌରା, ବାଲିଡିହା, କୁଚିଳାଘାଟି, ଭାଲୁକି ଏବଂ କଳାପଥର ଗ୍ରାମ ପଞ୍ଚାୟତର ସରପଞ୍ଚ ମାନଙ୍କ ସହିତ ନିକଟସ୍ଥ ଅଞ୍ଚଳର ଦେହୁରୀ ଓ ଜଙ୍ଗଲ କମିଟିର ସଭ୍ୟମାନେ ଉପସ୍ଥିତ ଥିଲେ.