ବନାଗ୍ନୀ ନିବାରଣ ଓ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ରାଜ୍ୟ ଜଙ୍ଗଲ ଓ ପରିବେଷ ଏବଂ ଜଳବାୟୁ ପରିବର୍ତନ ବିଭାଗ ଦ୍ୱାରା କରଞ୍ଜିଆ ବନଖଣ୍ଡ ର ବିଭିନ୍ନ ସ୍ଥାନରେ ବନାଗ୍ନୀ ନିବାରଣ ଓ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ଙ୍କ ତତ୍ୱାବଧାନ ରେ କରଞ୍ଜିଆ ବନଖଣ୍ଡ ସତକୋଶିଆ ବନ୍ୟ ପ୍ରାଣୀ ବନାଞ୍ଚଳ ର କୁରୁଡ଼ାପାଳ ଠାରେ ଏକ ବନାଗ୍ନୀ ନିବାରଣ ଓ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି
ଫୋରେଷ୍ଟ ଗାର୍ଡ ଗଦାଧର ଗୁଲିଆନ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସତକୋଶିଆ ବନ୍ୟ ପ୍ରାଣୀ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ମହାନ୍ତ, ବନପାଳ ଚିତ୍ରା ହୋ,ବନବିଭାଗ ର କର୍ମଚାରୀ, ଗ୍ରାମ୍ୟଜଙ୍ଗଲ କମିଟି ସଦସ୍ୟ ମାନଙ୍କ ସହିତ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠି ମହିଳା ଯୋଗଦେଇଥିଲେ ଏହିଅବସରରେ ଭିଡିଓ ଚିତ୍ର ମାଧ୍ୟମ ରେ ଏକ ଉପସ୍ଥାପନା ପ୍ରଦର୍ଶିତ ହୋଇଥିଲା ମାଷ୍ଟର ଟ୍ରେନର ସୁବ୍ରତ ବିଶ୍ୱାଳ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଲୋକଙ୍କୁ ବନାଗ୍ନୀ ନିବାରଣ ଓ ଜଙ୍ଗଲ ସୁରକ୍ଷା ଉପରେ ଭିଡିଓ ଚିତ୍ର ମାଧ୍ୟମ ରେ ବିଷଦ ଭାବେ ବୁଝାଇ ସଚେତନ କରିଥିଲେ
ଉପସ୍ଥିତ ଅତିଥି ମାନେ ଶିମିଳିପାଳ ଜଙ୍ଗଲ ଯୋଗୁ ଆମ ଅଞ୍ଚଳ ରେ ହେଉଥିବା ଉପକାର ସହିତ ବନାଗ୍ନୀ ଯୋଗୁ ହେଉଥିବା ବିଭିନ୍ନ ସମସ୍ୟା ଯଥା ପରିବେଷ ଓ ଜଙ୍ଗଲ ନଷ୍ଟ,ତାପମାତ୍ରା ରେ ବୃଦ୍ଧି, ବନ୍ୟ ଜୀବ ଜନ୍ତୁ ଙ୍କ ବାସସ୍ଥଳୀ ଏବଂ ଖାଦ୍ୟ ସମସ୍ୟା ସମ୍ବନ୍ଧରେ ଉପସ୍ଥିତ ଲୋକଙ୍କୁ ବକ୍ତବ୍ୟ ମାଧ୍ୟମ ରେ ଅବଗତ କରାଇ ସଚେତନ କରିଥିଲେ
ଏହି କାର୍ଯ୍ୟକ୍ରମ ରେ ବନାଗ୍ନୀ ନିବାରଣ ଓ ଜଙ୍ଗଲ ସୁରକ୍ଷା ନିମନ୍ତେ ଉପସ୍ଥିତ ଅଧିକାରୀ ଓ ଜନସାଧାରଣ ଶପଥ ପାଠ କରିଥିଲେ.