ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଭାଗ-୨ର କାର୍ଯ୍ୟକାରିତାର ପ୍ରସ୍ତୁତି ବୈଠକ
ଗାଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) : ଗାଙ୍ଗପୁରସ୍ଥିତ ଉତ୍ତରଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳ ପରଶୁଲୁଣ୍ଡା , ଦୁମଦୁମି ଗାଙ୍ଗପୁର ନିକଟସ୍ଥ ମଠସାହି ଏବଂ ବିଞ୍ଜିଗିରି ଗ୍ରାମରେ ବନପାଳ ଶ୍ରୀ ଜି. ଭେଙ୍କେଟ ରାଓ ଦୋରାଙ୍କ ସଭାପତିତ୍ୱରେ ଭିସେଏସ ମାନଙ୍କୁ ନେଇ ନୂତନ ଜଙ୍ଗଲ ସୃଷ୍ଟି ନିମନ୍ତେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ କ୍ଷେତ୍ର ପରିଚାଳନା ସଂଜୋଜକ ସନ୍ତେଷ କୁମାର ଡାକୁଆ , ମୁଖ୍ୟବକ୍ତା ଭାବେ ଉତ୍ତର ଘୁମୁସର ବନଖଣ୍ଡର କ୍ଷେତ୍ର ପରିଚାଳନା ସଂଯୋଜକ ପ୍ରଶାନ୍ତ କୁମାର ସାହୁ , ଭି.ଏସ.ଏସ ସଭାପତି ଭଞ୍ଜ ପ୍ରଧାନ , ଗୋପାଳ ଗୌଡ , ଦୁମୁଦୁମି ବନରକ୍ଷୀ ଲକ୍ଷ୍ମୀ ନାରାୟଣ ସେଠୀ , ବିଞ୍ଜିଗିରି ବନରକ୍ଷୀ ମଦନ ମୋହନ ରାଉଳ , ଗାଙ୍ଗପୁର ବନରକ୍ଷୀ ପ୍ରଦୀପ ଭୂୟାଁ , ଶିବରାମ ବିଷୋୟୀ , ଉତ୍ତମ କୁମାର ପ୍ରଧାନ, ଫରେଷ୍ଟ ସ୍କ୍ୱାର୍ଡ ପ୍ରମୁଖ ଯୋଗଦେଇଥିଲେ ।


