ବନାରସୀ ଶାଢି ପିନ୍ଧି ଫଟୋ ପୋଷ୍ଟକଲେ ସାଂସଦ

ନୂଆଦିଲ୍ଲୀ : ନିକଟରେ ବନାରସୀ ଶାଢି ପିନ୍ଧି ଫଟୋ ପୋଜ୍ ଦେଇ ଚର୍ଚ୍ଚାକୁ ଆସିଛନ୍ତି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ୍ ଜାହାନ। ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋକୁ ଲୋକମାନେ ଖୁବ୍‌ ପସନ୍ଦ କରିଛନ୍ତି। ସେ ଫଟୋ କିମ୍ୱା ଭିଡିଓ ପୋଷ୍ଟ କରିବା ମାତ୍ରେ ହିଁ ତାହା ଭାଇରାଲ୍ ହୋଇଥାଏ। ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ବନାରସୀ ଶାଢି ପିନ୍ଧା ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ତାଙ୍କର ଏହି ଲୁକ୍ ସୋସିଆଲ ମିଡିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି। ଫଟୋଟିକୁ ଶେୟାର୍ କରି ନୁସରତ୍ ଲେଖିଛନ୍ତି, ‘ସୌନ୍ଦର୍ଯ୍ୟ ମୁଖରେ ନୁହେଁ, ମନରେ ହିଁ ରହିଥାଏ।’ ତାଙ୍କର ଏହି କଥାକୁ ଲୋକେ ବେଶ୍ ପସନ୍ଦ କରିଛନ୍ତି। ନୁସରତ୍ ୨୦୧୯ ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ। ସେ ପଶ୍ଚିମବଙ୍ଗର ବଶୀରହାଟ୍ ସିଟରୁ ନିର୍ବାଚନ ଲଢ଼ି ୩ ଲକ୍ଷ ୫ ହଜାର ଭୋଟରେ ଜିତି ସାଂସଦ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ