ବନାରସ ଯିବାକୁ ଥିଲେ ଏହିସବୁ ଖାଦ୍ୟ ନିଶ୍ଚେ ଚାଖନ୍ତୁ

ଆଧ୍ୟାତ୍ମିକ ଓ ସଂକୀର୍ତ୍ତନର ସହର ବନାରସ । ଯଦି ସହର ନାଁ ରେ ରହିଛି ରସ, ତେବେ ସେହି ସହରର ଖାଦ୍ୟପଦାର୍ଥ କେତେ ସ୍ୱାଦିଷ୍ଟ ହୋଇ ନ ଥିବ । ବନାରସର ରାସ୍ତାକଡ଼ ଖାଦ୍ୟ ଜଣାଇଥାଏ ଏହି ସହରର ପରମ୍ପରା ବିଷୟରେ । କାରଣ ସମ୍ପୃକ୍ତ ଖାଦ୍ୟ ସହରରେ ରହୁଥିବା ଲୋକଙ୍କ ସଂସ୍କୃତି ବିଷୟରେ ଜଣାଇଥାଏ । ଏହି ରାସ୍ତାକଡ଼ ଖାଦ୍ୟ କାହିଁକି ପ୍ରସିଦ୍ଧ ଜାଣନ୍ତୁ ସେ ସମ୍ପର୍କରେ କିଛି ସୂଚନା ।
କଚୁଡ଼ି, ତରକାରୀ : ବନାରସରେ ଏହାକୁ ଜଳଖିଆ ଭାବେ ଖାଇବାକୁ ଲୋକଙ୍କ ଭିଡ଼ ଜମିଥାଏ । ଏହା ୨ ପ୍ରକାରର । ଗୋଟେ ବଡ଼, ଗୋଟେ ଛୋଟ ।
ମସଲା ମୁଙ୍ଗଫଲି: ଏହା ସକାଳୁ ମିଳି ଯାଇଥାଏ । ପିଆଜ ଧନିଆ ଚଟଣି ପଡ଼ି ଏହା ଚା ସହିତ ଦିଆଯାଏ । ଏହାର ଗୋଟିଏ ପ୍ଲେଟର ମୂଲ୍ୟ ୧୦-୩୦ ଟଙ୍କାରୁ ଆରମ୍ଭ ହୋଇଥାଏ ।
ଇଡ୍ଲି : ସାଉଥ୍ରେ ଇଡ୍ଲି ଲୋକପ୍ରିୟ ହୋଇଥିଲେ ମଧ୍ୟ ଏଠାରେ ସ୍ୱାଦିଷ୍ଟ ହୋଇଥାଏ । ଏହାର ଗୋଟେ ପ୍ଲେଟର ମୂଲ୍ୟ ୧୫ ଟଙ୍କା ।
ଏହା ସହିତ ଥଣ୍ଡାଲସି ଅଧିକ ଲୋକପ୍ରିୟ ଓ ସ୍ୱାଦିଷ୍ଟ ଖାଦ୍ୟ ଭାବେ ପରିଗଣିତ । ବନାରସ ଯାଉଥିଲେ ବା ଯିବାକୁ ଯୋଜନା କରିଥିଲେ ଏହିସବୁ ଖାଦ୍ୟ ନିଶ୍ଚେ ଚାଖନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ