ବନ୍ତରେ ଅଖିଳ ଭାରତ ଯୁବସଂଘର ପ୍ରତିଷ୍ଠା ଦିବସ

ବନ୍ତ, (ଚାନ୍ଦିନୀ ମହାନ୍ତି) : ରବିବାର ବନ୍ତ ଥାନା ଛକସ୍ଥିତ ସିପିଆଇ କାର୍ଯ୍ୟାଳୟ ଠାରେ ଅଖିଳ ଭାରତ ଯୁବସଂଘ(ଏ.ଆଇ.ୱାଇ.ଏଫ)ର ୬୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କରୋନା ମହାମାରୀ ପାଇଁ ସାମାଜିକ ଦୂରତା ରକ୍ଷା କରାଯାଇଥିଲା । ଯୁବସଂଘର ପୂର୍ବତନ ନେତୃତ୍ୱ ସଂଗ୍ରାମ କେଶରୀ ଜେନା ପତାକା ଉତ୍ତୋଳନ କରିଥିଲେ । ଏଥିରେ ରାଜ୍ୟ ଉପସଭାପତି ପରମେଶ୍ୱର ବାରିକ ଯୋଗ ଦେଇ ପ୍ରତିଷ୍ଠା ଦିବସ ପାଳନର ତାପର୍ଯ୍ୟ ସଂପର୍କରେ କହିବା ସହ ଦେଶରେ ଯୁବକ ମାନେ ନିଯୁକ୍ତି ପାଉନଥିବା ବେଳେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଯୁବନୀତି ପ୍ରଣୟନ କରାଯାଉନାହିଁ । କରୋନା ମହାବିପତ୍ତି ସମୟରେ କେନ୍ଦ୍ର ସରକାର ୫୦ରୁ ଉର୍ଦ୍ଧ୍ୱ ପୁଞ୍ଜିପତି ମାନଙ୍କୁ ଋଣ ଛାଡ କରିଛନ୍ତି । ସେହିପରି ରାଜ୍ୟରେ ବହୁ ବେକାର ଯୁବକ ନିଯୁକ୍ତି ନପାଇ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି । ଏବେ ତାର ବାସ୍ତବ ଚିତ୍ର ପଦାକୁ ଆସିଛି । ଦେଶରେ ବେକାର ଯବକ ଯୁବତୀ ମାନଙ୍କୁ ସରକାର କର୍ମ ନିଯୁକ୍ତି ଯୋଗାଇ ଦେବାକୁ ସେ ଦାବୀ କରିଥିଲେ । ପ୍ରତିଷ୍ଠା ଦିବସ ପାଳନରେ ସିପିଆଇ ଜୋନ୍ ସମ୍ପାଦକ ରମେଶ ଜେନା, ଶ୍ରମିକ ନେତା ଅନନ୍ତ ମହାରଣା ନେତୃତ୍ୱ ନେଇଥିଲେ । ଏଥିରେ ଯୁବସଂଘର ଜିଲା ସମ୍ପାଦକ ଦିବ୍ୟରଞ୍ଜନ ସ୍ୱାଇଁ, ଜିଲା ନେତୃତ୍ୱ ମଳୟ କୁମାର ଜେନା, ଜୟନ୍ତ ଜେନା, ସୁରେନ୍ଦ୍ର ନାୟକ, ରାଜକିଶୋର ଜେନା, ପଦ୍ମନାଭ ସ୍ୱାଇଁ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ