ବନ୍ତରେ କଂଗ୍ରେସର ହରତାଳ ଶାନ୍ତିପୂର୍ଣ୍ଣ ଭାବେ ଶେଷ

ବନ୍ତ, (ଚାନ୍ଦିନୀ ମହାନ୍ତି) : ମମିତା ମେହେର ହତ୍ୟା ଘଟଣାର ନ୍ୟାୟ ଦାବୀରେ ଷଡଯନ୍ତ୍ରକାରୀ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ଶୁକ୍ରବାର ବନ୍ତ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବନ୍ତରେ ହରତାଳ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇ ଯାଇଛି । ସକାଳ ୬ରୁ ପୂବାହ୍ନ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହରତାଳରେ ସମସ୍ତ ଦୋକାନ ବଜାର ଖୋଲା ରହିଥିଲା । ରାଜ୍ୟ ରାଜପଥର ଉଭୟ ପାଶ୍ୱର୍ରୁ ଯାନବାହାନ ଚଳାଚଳ ସ୍ୱାଭାବିକ ଥିଲା । ବ୍ଲକ କଂଗ୍ରେସ କମିଟିର ଉପସଭାପତି ନିରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଥାନା ଛକ ଠାରେ କଂଗ୍ରେସ ନେତୃତ୍ୱ ଓ କର୍ମୀ ମାନେ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ । ଅବରୋଧସ୍ଥଳରେ ନେତୃତ୍ୱ ମାନେ ଡାକାବାଜି ଯନ୍ତ୍ର ସହାୟତାରେ ରାଜ୍ୟ ସରକାରଙ୍କୁୁ କଟୁ ସମାଲୋଚନା କରିଥିଲେ । ପରେ କର୍ମୀ ମାନେ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହି ହରତାଳରେ ସରପଞ୍ଚ ମୁସ୍ତାକ୍ ଅଲ୍ଲୀ ଖାଁ, ବ୍ଲକ ଯୁବ କଂଗ୍ରେସ ସଭାପତି ଜ୍ୟୋତି ରଞ୍ଜନ ନାୟକ, ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ସାଦ୍ ସିଦ୍ଦିକ୍‌, ପ୍ରଫୁଲ୍ଲ ରାଉତ, ବିଷ୍ଣୁ ମୋହନ ପଣ୍ଡା, ଫାଲଗୁନି ରାଉତ, ହରିହର ମଣ୍ଡଳ, ସନାତନ ଜେନା, ଉଚ୍ଛବ ଜେନା, ଚନ୍ଦନ ମହାନ୍ତି, ଲାଲା ସୟଦ୍‌, ନେତ୍ରାନନ୍ଦ ପଲେଇ, ମୀର ହାସିମ୍‌, ରଘୁ କାଣ୍ଡି, ମହେଶ୍ୱର କାଣ୍ଡି, ଲକ୍ଷ୍ମୀଧର ଜେନା, ବାବୁ ଦାସ, ପ୍ରଶାନ୍ତ ଜେନାଙ୍କ ସମେତ ବହୁ କର୍ମୀ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ