ବନ୍ତରେ କୃଷକ ସଭା ଓ ସିପିଆଇର ଗଣବିକ୍ଷୋଭ
ବନ୍ତ, (ଚାନ୍ଦିନୀ ମହାନ୍ତି):ଅଖିଳ ଭାରତ କୃଷକ ସଭା ପ୍ରତିଷ୍ଠା ଦିବସ ଅବସରରେ ସର୍ବଭାରତୀୟ କୃଷକ ସଭାର ‘କୃଷି ବଞ୍ଚାଅ କୃଷକ ବଞ୍ଚାଅ’ ଡାକରାରେ ବନ୍ତ ବ୍ଲକରେ କୃଷକ ସଭା ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମିଳିତ ନିଷ୍ପତ୍ତି ଅନୁଯାୟୀ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଥାନା ଛକସ୍ଥିତ ସିପିଆଇ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ବ୍ଲକ ସମ୍ମୁଖରେ ପହଞ୍ôଚ ଥିଲା । କୃଷକ ସଭା ନେତା ଫକୀର ଚରଣ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିପିଆଇ ଜୋନ୍ ସମ୍ପାଦକ ରମେଶ ଜେନା, ନିରଞ୍ଜନ ନାୟକ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ବାବାଜି ଚରଣ ଜେନା, ଭାସ୍କର ଚନ୍ଦ୍ର ବେହେରା, ଉମାକାନ୍ତ ମହାପାତ୍ର, ଦିଲ୍ଲୀପ ନାୟକ, ଦୁଲ୍ଲା ଖାଁ, କିଶୋର ବେହେରା, ବରିଷ୍ଠ କୃଷକ ନେତା ଗୋପବନ୍ଧୁ ସେଠୀ, ନୃସିଂହ ଚରଣ ଦାସ, କୈଳାସ ଜେନା, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ନୃସିଂହ ଚରଣ ପରିଡା ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର କୃଷକ ଓ କୃଷି ବ୍ୟବସ୍ଥା ପ୍ରତି ଅବହେଳା ପ୍ରଦର୍ଶନ କରିବା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ କୃଷକ ମାନଙ୍କ ବାସ୍ତବ ସମସ୍ୟାର ନିରାକରଣ ପାଇଁ ଦାବୀ ଉପସ୍ଥାପନ କରିଥିଲେ । ପରେ ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୫ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଦାବୀ ପତ୍ରରେ ସ୍ୱାମୀନାଥନ କମିଶନ ରିପୋର୍ଟ କାର୍ଯ୍ୟକାରୀ କରିବା, ଧାନ କୁଇଁଣ୍ଟାଲ ୩ ହଜାର ଟଙ୍କା ଧାର୍ଯ୍ୟ କରିବା, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ପ୍ରଦାନ ସହ ଚାଷୀ ଓ ଭାଗଚାଷୀଙ୍କୁ ଅନଲାଇନ ଜରିଆରେ ସମସ୍ତ ଧାନ ସରକାରୀ ଦରରେ ବିକ୍ରିର ସୁବ୍ୟବସ୍ଥା କରିବା, ସମସ୍ତ ପରିବାରକୁ ୨ ଶହ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଣ କରିବା, କେନ୍ଦ୍ର ଓ ମଧୁବାବୁ ପେନସନ ୧୫ ଶହ ଟଙ୍କାକୁ ବୃଦ୍ଧି, ପ୍ରଧାନମନ୍ତ୍ରୀ ଆବାସଧାରୀଙ୍କୁ ୩ଟି କିସ୍ତିରେ ଅର୍ଥ ପ୍ରଦାନ ଆଦି ଉଲ୍ଲେଖ ରହିଥିଲା । ଶୋଭାଯାତ୍ରା ଓ ଗଣବିକ୍ଷୋଭରେ ଅନିରୁଦ୍ଧ ଜେନା, ରବିନ୍ଦ୍ର ସେଠୀ, କମଳାକାନ୍ତ ଜେନା, କୃଷ୍ଣ ଚନ୍ଦ୍ର ରାଉତ, ବିଷ୍ଣୁ ଚରଣ ଜେନା, ଅଭିମନ୍ୟୁ ଜେନା, ପର୍ଶୁରାମ ସ୍ୱାଇଁ, ଫକୀର ଉଦ୍ଦୀନ୍ ଖାଁ, ସୁବାଷ ଚନ୍ଦ୍ର ବେହେରା, ରବିନ୍ଦ୍ର ତରେଇ, ଶ୍ରୀଧର ଜେନା, ଶମ୍ଭୁନାଥ ଜେନା, ଗଣେଶ ଜେନା ସାମିଲ ଥିଲେ ।


