ବନ୍ତରେ କୃଷି ରଥ ଶୁଭାରମ୍ଭ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କୃଷି ବିଭାଗ ପକ୍ଷରୁ କୃଷି ରଥ ଶୁଭାରମ୍ଭ ହୋଇଯାଇଛି । ଭଣ୍ଡାରିପୋଖରୀ ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଅତିଥି ଭାବେ ଯୋଗ ଦେଇ କୃଷି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ କୃଷି ସଚେତନତା ସଂପର୍କୀତ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ଅନିରୁଦ୍ଧ ବେହେରା, ସହକାରୀ କୃଷି ଅଧିକାରୀ ତୁଷାରକାନ୍ତ ପତି, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ବିପିନ ନାୟକ, କର୍ମଚାରୀ ମଦନ ମୋହନ ରାଉତ, ଅମ୍ଳାନ କୁମାର ମଲ୍ଲିକଙ୍କ ସମେତ ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ, କୃଷକ ସାଥୀ ଓ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଚାଷୀ ମାନଙ୍କୁ ନୂତନ ଯୋଜନା ସଂପର୍କରେ ଅବଗତ କରାଇବା ଲକ୍ଷ୍ୟରେ ଏହି କୃଷି ରଥ ୨୫ ପଞ୍ଚାୟତ ପରିକ୍ରମା କରିବ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ