ବନ୍ତରେ କ୍ରାନ୍ତି ଦିବସ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ଠାରେ ସିଆଇଟିୟୁ, କୃଷକ ସଭା, କ୍ଷେତମଜଦୁର ୟୁନିଅନର ମିଳିତ ଆହ୍ୱାନ ଓ ସିପିଆଇ(ଏମ୍) ସମର୍ଥନରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ଯୁବ ଆଇନଜୀବି ପ୍ରତାପ ସେଠୀ ତଥା ସିପିଆଇ(ଏମ୍)ର ଯୁବନେତାଙ୍କ ନେତୃତ୍ୱରେ ବିଭିନ୍ନ ୟୁନିଅନର ଶତାଧିକ କର୍ମୀ, ସାଥୀ ସମର୍ଥକ ଓ ସିପିଆଇ(ଏମ୍) ସାଥୀ ସମର୍ଥକ ମାନେ ହାତରେ ବ୍ୟାନର ଓ ପତାକା ଧରି ପିଏନବି ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ଓ ରାଜ୍ୟ ବିରୋଧୀ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ôଚ ଥିଲେ । ସେଠାରେ ଆୟୋଜିତ ପଥପ୍ରାନ୍ତ ସଭାରେ ବନ୍ତ ଆଞ୍ଚଳିକ କମିଟିର ସଂପାଦକ ରବିନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ । ଏଥିରେ ଓଡିଶା କୃଷକ ସଭାର ଭଦ୍ରକ ଜିଲା ସଂପାଦକ ପ୍ରାଧ୍ୟାପକ ପ୍ରଭାସ ଚନ୍ଦ୍ର ମହାପାତ୍ର, ଆଇନଜୀବି ପ୍ରତାପ ସେଠୀ, ନାରାୟଣ ଚନ୍ଦ୍ର ଲେଙ୍କା ଯୋଗ ଦେଇ କ୍ରାନ୍ତି ଦିବସ ପାଳନର ତାପ୍ତର୍ଯ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ସନ୍ତୋଷ ମହାପାତ୍ର, ଦାମୋଦର ଜେନା, ପାତ ମୁଣ୍ଡା, ସିଆଇଟିୟୁ ନେତା ମହେଶ୍ୱର ନାୟକ, ସନାତନ ଜେନା, ସସ୍ମିତା ପଣ୍ଡା, ମିନତୀ ସାହୁ, କୁଞ୍ଜଲତା ସାହୁ, କାଞ୍ଚନ ଖିଲାର, ଶାନ୍ତିଲତା ସାହୁ, ଜୟନ୍ତୀ ଭୋଳ, ଅଭୟ ଭୋଳ, ସୁଖମଣି ଜେନା, ଶତୃଘ୍ନ ଜେନା, ତୁଳସୀ ବେହେରା, କମଳା ଜେନାଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ । ପରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ଦାବୀ ପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଥିଲା ।