ବନ୍ତରେ ଗଡ଼ିଲା ଶିକ୍ଷା ସଚେତନତା ରଥ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଶିକ୍ଷା ସଚେତନତା ରଥ ଶୁଭାରମ୍ଭ ହୋଇଛି । ବିଇଓ ମଞ୍ଜୁଳାବାଳା ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ପ୍ରଦୀପ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ବନ୍ତ ସରପଞ୍ଚ ମାନସୀରାଣୀ ରାଉତ, ଏବିଇଓ ହରେକୃଷ୍ଣ ଆପଟ୍ଟ, ପ୍ରମୋଦ କୁମାର ପଣ୍ଡା, ସାଧନ କେନ୍ଦ୍ର ସଂଯୋଜକ ସୁଧିର କୁମାର ବାରିକ, ଜଗଜୀବନ ଜେନା, ଗିରିଜା ଶଂଙ୍କର ଜେନା, ଜଗନ୍ନାଥ ଖୁଣ୍ଟିଆ,ପରେଶ ପରିଡ଼ା, କୂଳପ୍ରଭା ସୁଆରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ସଚେତନ ଧର୍ମୀ ନୃତ୍ୟ ମାଧ୍ୟମରେ ପତାକା ଦେଖାଇ ଶିକ୍ଷା ରଥକୁ ଶୁଭାରମ୍ଭ କରାଯାଇଥିଲା । ବ୍ଲକ ଅଧିନ ୧୮ କ୍ଲଷ୍ଟର୍‌ରେ ଥିବା ୬ ରୁ ୧୪ ବର୍ଷ ପିଲା ମାନଙ୍କୁ ବିଦ୍ୟାଳୟମୁଖୀ କରିବା ଲକ୍ଷ୍ୟରେ ଏହି ରଥ ଏକ ସପ୍ତାହ ଧରି ବୁଲିବ । ବିଦ୍ୟାଳୟକୁ ଆସୁନଥିବା କିମ୍ବା ଅଧାରୁ ପାଠ ଛାଡ଼ୁ ଥିବା ପିଲା ମାନେ ଶିକ୍ଷା ମନସ୍କ ହୋଇ ପ୍ରତିଭାର ବିକଶିତ କରିପାରିବେ ବୋଲି ଅଧିକାରୀ ମାନେ କହିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମହତାବ ମ.ଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ଜେନା, ମଦନ ମୋହନ ନାୟକ, ମୁରଲୀଧର ବଳ, ସଞ୍ଜୁଲତା ଚଣ୍ଡ, ଭାରତୀଲତା ସାମଲ, କଲ୍ୟାଣୀ ପଣ୍ଡା, ଅଞ୍ଜଳୀ ରାଉତ, ମନୋରମା ପଣ୍ଡା, ହୃଷିକେଶ ଦେହୁରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ