ବନ୍ତରେ ପଞ୍ଚାୟତରାଜ ଦିବସ ପାଳିତ
ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଳକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ପଞ୍ଚାୟତରାଜ ପାଳିତ ପାଳିତ ହୋଇଯାଇଛି । ଏଥିରେ ବିଡିଓ ରେବେକା ବିଲୁଙ୍ଗ, ଗ୍ରାମ ପଞ୍ଚାୟତ ଅଧିକାରୀ ନିଶିକାନ୍ତ ଖୁଣ୍ଟିଆ, ସାମାଜିକ ସୁରକ୍ଷା ବିଭାଗ ଅଧିକାରୀ ଚନ୍ଦ୍ରକାନ୍ତି ରଣା ପ୍ରମୁଖ ଯୋଗ ଦେଇ ଦିବସ ପାଳନ ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ ।