ବନ୍ତରେ ପୁଣି ଜଣେ କରୋନା ପଜେଟିଭ୍ ଚିହ୍ନଟ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ବନ୍ତ ବ୍ଲକରେ ପୁଣି ଜଣେ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ସମ୍ପୃକ୍ତ ଆକ୍ରାନ୍ତ ଜଣକ ଛୟାଳସିଂ ପଞ୍ଚାୟତ ପଳସା ଗ୍ରାମର ହୋଇଥିବା ବେଳେ ମହାରାଷ୍ଟ୍ର ରାଜ୍ୟର ସୋଲାପୁରରୁ ଆସି ଗତ ୨୫ ତାରିଖରେ ବନ୍ତ କଲେଜସ୍ଥିତ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହୁଥିଲେ । ଗତ ୩୧ ତାରିଖରେ ତାଙ୍କର ସ୍ୱାବ୍ ପରୀକ୍ଷା ପାଇଁ ଯାଇଥିଲା । ଆଜି ପଜେଟିଭ୍ ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ନିଆଯାଇଥିବା ଜଣାଯାଇଛି ।


