ବନ୍ତରେ ବାହୁଡା ଯାତ୍ରା ପାଳିତ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଆଜି ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ବନ୍ତ ପୁରୁଣା ବଜାରସ୍ଥିତ ମାଉସୀ ମା’ ମନ୍ଦିରରେ ଯଥାରୀତି ପୂଜାର୍ଚ୍ଚନା ପରେ ତିନି ଠାକୁରଙ୍କୁ ରଥାରୂଢ କରାଯାଇ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ବାହୁଡା ଯାତ୍ରା ଦେଖିବା ପାଇଁ ବନ୍ତ ସମେତ ଆଖପାଖ ପଞ୍ଚାୟତର ଶତାଧିକ ଭକ୍ତ ରୁଣ୍ଡିଭୂତ ହୋଇଥିଲେ । ବନ୍ତ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା । ସେହିପରି ଗଣିଜାଙ୍ଗ ପଞ୍ଚାୟତ ହାସିନପୁର, ନିଳୋକ, ନିମାପଡାସ୍ଥିତ କପାଳୀକ୍ଷେତ୍ର, ଘରପଦା, କୁମ୍ଭାରିଆ, ଫୁଲଗଢିଆ, ଗୋବିନ୍ଦପୁର, ଅଣ୍ଢିଆ, ତରାଗୋ, ଏରେଣ୍ଡେଇ, ଓଡଙ୍ଗ, ଚାରିଘରିଆ, ଆମ୍ପୋର, ରାମକୃଷ୍ଣପୁର, ରାମପୁର, କେନ୍ଦୁଆପଦା, ଛୟାଳସିଂହ ସମେତ ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ