ବନ୍ତରେ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ପାଳିିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଅବସରରେ ବନ୍ତ ବିଜୁ କଲ୍ୟାଣ ମଣ୍ଡପସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତରେ ବ୍ଲକ ବିଜେଡି ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ବରିଷ୍ଠ ନେତା ସେକ୍ ଜଲାଲଉଦ୍ଦୀନ, ସୁବାଷ ଦାସ, ବେଣୁଧର ମଲ୍ଲିକ, ରବିନ୍ଦ୍ର ଦାସ, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ନିିହାରିକା ରାଉତ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ବିପିନ ନାୟକ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ଟିଲୋ ସେବା ସମବାୟ ସମିତି ସଭାପତି ବିଜୟ ନାୟକ, ରାମକୃଷ୍ଣପୁର ସରପଞ୍ଚ ହିରେନ୍ଦ୍ର ଖିଲାର, ବିପିନ ରାଉତ, ଅକ୍ଷୟ ଦାସ, ସମୀମ୍ ନୱାଜ, ଆଲୋକ ରାଉତ, ପ୍ରଫୁଲ୍ଲ ରାଉତ, ଅକ୍ଷୟ ମହାନ୍ତି, ପ୍ରବୀର ରାଉତ, ଶକ୍ତିଧର ରାଉତ, ଗଣନାଥ ବେହେରା, ଆଦିକାନ୍ତ ମହାପାତ୍ର, ରତ୍ନାକର ଜେନାଙ୍କ ସମେତ ବହୁ ଯୁବଛାତ୍ର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ