ବନ୍ତରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ବିଜେଡି ପକ୍ଷରୁ ବିଶିଷ୍ଟ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଜୁ କଲ୍ୟାଣ ମଣ୍ଡପସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ନିହାରିକା ରାଉତ, ବରିଷ୍ଠ ନେତା ସେକ୍ ଜଲାଲଉଦ୍ଦୀନ, ରବିନ୍ଦ୍ର ଦାସ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାମଲ, ଶତୃଘ୍ନ ମହାରାଜ, ନିରଞ୍ଜନ ମଲ୍ଲିକ, ହୃଷିକେଶ ପାତ୍ର, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ବିପିନ ନାୟକ, ରାଜ୍ୟ ଛାତ୍ର ବିଜେଡି ଉପସଭାପତି ଚିନ୍ମୟ ଦାସ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ଟିଲୋ ପଞ୍ଚାୟତ ବିଜେଡି ସଭାପତି ବିଜୟ ନାୟକ, ପଧାନପଡା ସରପଞ୍ଚ ଗଜେନ୍ଦ୍ର ସେଠୀ, ରାମକୃଷ୍ଣପୁର ସରପଞ୍ଚ ହିରେନ୍ଦ୍ର ଖିଲାର, ସେଣ୍ଢତୀରା ସରପଞ୍ଚ ପ୍ରଶାନ୍ତ ଦାସ, ବିଜୟ ବିଶ୍ୱାଳ, ଦେବଦତ୍ତ ଜେନା, ଭବେନ୍ଦ୍ର ସାହୁ, ବିପିନ ରାଉତ, ଅକ୍ଷୟ ମହାନ୍ତି, ଗଣେଶ କୁମାର ଦାସ, ଆଲୋକ ରାଉତ, ପ୍ରବୀର ରାଉତ, ଶକ୍ତିଧର ରାଉତ, ସମୀମ୍ ନୱାଜ୍, ଗଣନାଥ ବେହେରା, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ରାଜୀବ ଜେନା, ଅଞ୍ଜନ ମହାନ୍ତି, ପ୍ରଶାନ୍ତ ଦାସଙ୍କ ସମେତ ବହୁ ବରିଷ୍ଠ ନେତୃତ୍ୱ, ଯୁବ, ଛାତ୍ର ଓ ମହିଳା ନେତୃତ୍ୱ ମାନେ ଉପସ୍ଥିତ ରହି ସ୍ୱର୍ଗତ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ ।