ବନ୍ତରେ ବିଜୁ ମହିଳା ଜନତା ଦଳର କେନ୍ଦ୍ର ବିରୋଧୀ ଧାରଣା ଓ ପ୍ରତିବାଦ ସଭା

ବନ୍ତ, (ଚାନ୍ଦିନୀ ମହାନ୍ତି) : ସୋମବାର ଭଦ୍ରକ ଜିଲା ବନ୍ତ ବ୍ଲକ ସମ୍ମୁଖରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ, ଖାଇବା ତେଲ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଏହି ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବ୍ଲକ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ନିହାରିକା ରାଉତଙ୍କ ନେତୃତ୍ୱରେ ଜଳସେଚନ ଅଫିସ ଠାରୁ ଶତାଧିକ ମହିଳା ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି କେନ୍ଦ୍ର ବିରୋଧି ନାରାବାଜି କରି ବଜାର ପରିକ୍ରମା କରି ବ୍ଲକ ସମ୍ମୁଖରେ ପହଂଚି ଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିଲେ । ନିହାରିକା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ୍ଳ ସାମଲ, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ବ୍ଲକ ଯୁବବିଜେଡି ସଭାପତି ସତ୍ୟସାଧନ ବେଜ, ପୂର୍ବତନ ଜିଲା ପରିଷଦ ସଭ୍ୟା ଉନ୍ନତିବାଳା ଦାସ, ସରପଞ୍ଚ ତିଳୋତ୍ତମା ବାରିକ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷା ତିଳୋତ୍ତମା ଜେନା, ବୀଣାପାଣି ଦାସଙ୍କ ସମେତ ବହୁ ମହିଳା ଯୋଗ ଦେଇ କେନ୍ଦ୍ର ବିରୋଧରେ ବିଶୋଦଗାର କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଅଶୋକ କୁମାର ମହାନ୍ତି, କୃପାସିନ୍ଧୁ ସେଠୀ, ବିଜୟ କୁମାର ବିଶ୍ୱାଳଙ୍କ ସମେତ ୨୫ ପଞ୍ଚାୟତର ଦଳୀୟ ନେତୃତ୍ୱ ମାନେ ଉପସ୍ଥିତ ଥିଲେ । ରାଜ୍ୟ ବିଜେଡି ସଂପାଦକ ତଥା ବିଧାୟକ ପ୍ରତିନିଧି ଇଂ.ପ୍ର୍ରୟାସକାନ୍ତି ସାମଲଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଯୁବନେତା ବିପିନ ନାୟକ, ଛାତ୍ର ନେତା ପ୍ରଣବ କିଶୋର ଲେଙ୍କା, ଅକ୍ଷୟ ଦାସଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ