ବନ୍ତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ପ୍ରତିନିଧି ତଥା ରାଜ୍ୟ ବିଜୁ ଜନତା ଦଳର ସମ୍ପାଦକ ପ୍ରୟାସକାନ୍ତି ସାମଲଙ୍କ ନିର୍ଦ୍ଦେଶରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଦ୍ରକ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ବିପିନ ନାୟକ, ପ୍ରଫୁଲ୍ଲ ରାଉତ, ପ୍ରଶାନ୍ତ ସାହୁ, ଅକ୍ଷୟ ମହାନ୍ତି, ଜିତେନ୍ଦ୍ର ରାଉତରାୟ, ଆଲୋକ ରାଉତ, ଅଖିଳ କୁମାର ସାହୁ, ବିଜୟ ବିଶ୍ୱାଳ, ଅଶୋକ ମହାପାତ୍ର, ଅଭୟ ନାୟକ, ସୁରେନ୍ଦ୍ର ସାହୁ, ଅମୂଲ୍ୟ ରାଉତ, ସୁରଜ ପରିଡା, ଅରୂପ ପରିଡା, ନାରାୟଣ ସାହୁଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ । ଏହି ପଦଯାତ୍ରା ଦୋଳପଦୀ ଠାରୁ ଆରମ୍ଭ ହୋଇ ନରସିଂହପୁର ଠାରେ ଉଦଯାପିତ ହୋଇଥିଲା ।