ବନ୍ତରେ ବିଜେପି ପାଳିଲା ଭ୍ରଷ୍ଟାଚାର ଦିବସ

ବନ୍ତ, (ଚାନ୍ଦିନୀ ମହାନ୍ତି):ଆଜି ଓଡିଶା ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବ୍ଲକରେ ପଞ୍ଚାୟତରାଜ ଓ ଲୋକସେବା ଦିବସ ପାଳିତ ହୋଇଥିବା ବେଳେ ବନ୍ତ ବିଜେପି ପକ୍ଷରୁ ଏହି ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳନ କରାଯାଇଛି । ନିର୍ବାଚନ ମଣ୍ଡଳୀ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ଦଳୀୟ ନେତା ଓ ସମର୍ଥକ ମାନେ ଏକ ବାଇକ୍ ଶୋଭାଯାତ୍ରାରେ ଆସି ବ୍ଲକ ସମ୍ମୁଖରେ ପହଞ୍ôଚ ଥିଲେ । ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀ ଧଳ ବିଜେଡି ଶାସନରେ ପଞ୍ଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା କହିବା ସହ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ, ମନରେଗା, ଅର୍ଥ କମିଶନ ଅନୁଦାନ, ପାଇଖାନା ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ନବ କିଶୋର ବଳ, ଶିବାନନ୍ଦ ଦାସ ଅଧିକାରୀ, ପୂର୍ବତନ ସରପଞ୍ଚ କିଶୋର କିଙ୍କର ପଢିଆରୀ, ମନୋଜ ବିଶ୍ୱାଳ, ସାଧାରଣ ସଂପାଦକ ସନ୍ତୋଷ ନାୟକ, ବରିଷ୍ଠ ନେତା ଶଙ୍କର୍ଷଣ ଜେନା, ଧ୍ରୁବ ମାଝୀ, ଅଶୋକ ମହାନ୍ତି, ତାପସ ଜେନା, ମହେଶ୍ୱର ରାଉତ, ସନାତନ ସାହୁ, ରାଜୀବ ଗିରି, ସୁବାସ ଜେନାଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ