ବନ୍ତରେ ବୋଇତ ବନ୍ଦାଣ ଓ ରାସ ପୂର୍ଣ୍ଣିମା ଉତ୍ସବ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଓ ରାସ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ସେଥିମଧ୍ୟରୁ ବସନ୍ତିଆ ପୁଷ୍କରିଣୀର ଉଭୟ ପାଶ୍ୱର୍ରେ ଅନୁଷ୍ଠିତ ଉତ୍ସବ ବେଶ ଆକର୍ଷଣୀୟ ହୋଇଛି । ଫ୍ରେଣ୍ଡସ୍ ୟୁଥ୍ କ୍ଲବ ଆନୁକୂଲ୍ୟ ତଥା ପ୍ରଦୀପ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ୩୫ତମ ବୋଇତ ବନ୍ଦାଣ ଉତ୍ସବକୁ ୟୁଥ୍ କ୍ଲବର ସଭାପତି କ୍ଷୀରୋଦ ରାଉତ ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ କଳସ ଅଣାଯାଇ ରାଧାକୃଷ୍ଣଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇଥିଲା । ପୂଜକ କୁଳମଣି ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । କାର୍ଯ୍ୟକ୍ରମରେ ଫ୍ରେଣ୍ଡସ୍ ୟୁଥ୍ କ୍ଲବର ସଂପାଦକ ମୁକ୍ତିକାନ୍ତ ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି । ସନ୍ଧ୍ୟାରେ ଭଜନ ସନ୍ଧ୍ୟା, ମେଲୋଡି କାର୍ଯ୍ୟକ୍ରମ ସହ ୩ ଦିନ ଧରି ଯାତ୍ରା ପରିବେଷଣ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ମା ମଂଗଳା ଯୁବକ ସଂଘ ପକ୍ଷରୁ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବକୁ ବନମାଳୀ ବେହେରା ଉଦ୍ଘାଟନ କରିଥିଲେ । କ୍ଲବର ସଭାପତି ଅରୁଣ ବେହେରା, ସଂପାଦକ ଗୌରୀ ଶଙ୍କର ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟ ମାନେ ସହଯୋଗ କରୁଛନ୍ତି । ଉଭୟ ପୂଜା ମଣ୍ଡପରେ ଦର୍ଶକ ମାନଙ୍କୁ ଆକୃଷ୍ଟ କଲାଭଳି ଆକର୍ଷଣୀୟ ତୋରଣ ନିର୍ମାଣ କରାଯିବା ସହ ବିଭିନ୍ନ ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ଲୋକଙ୍କ ଚାହିଦାକୁ ଲକ୍ଷ୍ୟ କରି ଉଭୟ ସ୍ଥାନରେ ମନୋହରୀ, ଖେଳନା ଓ ଚାଟ ଦୋକାନ ଖୋଲା ଯିବା ସହ ଖେଳିବା ପାଇଁ ଦୋଳିର ବ୍ୟବସ୍ଥା କରାଯାଇଛି । ଆସନ୍ତା ରବିବାର ଉଭୟ କମିଟି ପକ୍ଷରୁ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ସେହିପରି ବେଗନାସ୍ଥିତ ରାଧାକୃଷ୍ଣ କମିଟି ପକ୍ଷରୁ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବକୁ ସରପଞ୍ଚ ରଜନୀ ସେଠୀ ଉଦ୍ଘାଟନ କରିଥିଲେ । ଅନନ୍ତ ବାରିକ କଳସ ଆଣିଥିଲେ । କାର୍ଯ୍ୟକ୍ରମରେ ରବିନ୍ଦ୍ର ସେଠୀ, ବାପିନ ସେଠୀ, ଚକ୍ରଧର ସେଠୀ, ହଳଧର ଜେନା, ନବ କିଶୋର ଜେନା, ଅଜୟ ସେଠୀ, ରଘୁନାଥ ଜେନା, ଚନ୍ଦ୍ରମଣି ଜେନା ସହଯୋଗ କରିଥିଲେ । ଶୁକ୍ରବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ନିଳୋକସ୍ଥିତ ମହାଦେବ ମନ୍ଦିର ପାଶ୍ୱର୍ରେ ରାସପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଗ୍ରାମ ଦାଶ, ସତ୍ୟ ପ୍ରକାଶ ମିଶ୍ର, ସାଇପ୍ରଭା ମିଶ୍ର କଳସ ଆଣିଥିଲେ । ପୂଜକ ଉପେନ୍ଦ୍ର ମିଶ୍ର, ଶଙ୍କର୍ଷଣ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । କାର୍ଯ୍ୟକ୍ରମରେ ସନ୍ତୋଷ ମିଶ୍ର, ଗିରିଜା ପଣ୍ଡା, ସୁଧାଂଶୁ ଦାଶ, ଶ୍ରୀକାନ୍ତ ବେହେରା, ସଚୀନ ଦାଶ, ସଂଜୟ ଜେନା ସହଯୋଗ କରିଥିଲେ ।