ବନ୍ତରେ ବୋଇତ ବନ୍ଦାଣ ଓ ରାସ ପୂର୍ଣ୍ଣିମା ଉତ୍ସବ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଓ ରାସ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ସେଥିମଧ୍ୟରୁ ବସନ୍ତିଆ ପୁଷ୍କରିଣୀର ଉଭୟ ପାଶ୍ୱର୍ରେ ଅନୁଷ୍ଠିତ ଉତ୍ସବ ବେଶ ଆକର୍ଷଣୀୟ ହୋଇଛି । ଫ୍ରେଣ୍ଡସ୍ ୟୁଥ୍ କ୍ଲବ ଆନୁକୂଲ୍ୟ ୩୬ତମ ବୋଇତ ବନ୍ଦାଣ ଉତ୍ସବ ପ୍ରଦୀପ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି । ପ୍ରାରମ୍ଭରେ ଗଣେଶ ପଣ୍ଡା କଳସ ଆଣିବା ପରେ ରାଧାକୃଷ୍ଣଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇଥିଲା । ପୂଜକ କୁଳମଣି ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । କାର୍ଯ୍ୟକ୍ରମରେ ଫ୍ରେଣ୍ଡସ୍ ୟୁଥ୍ କ୍ଲବର ସତ୍ୟବ୍ରତ ପଣ୍ଡା, ରଜତ ମଇକାପ, ସୁନୀଲ ମହାନ୍ତି, ବାପୁନ ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି । ସନ୍ଧ୍ୟାରେ ଭଜନ, ମେଲୋଡି କାର୍ଯ୍ୟକ୍ରମ ଆଦି ପରିବେଷଣ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ମା ମଂଗଳା ଯୁବକ ସଂଘ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରାରମ୍ଭରେ ବନମାଳୀ ସାହୁ କଳସ ଆଣିବା ପରେ ଗଙ୍ଗାଧର ତିଆଡିଙ୍କ ଦ୍ୱାରା ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉଭୟ ପୂଜା ମଣ୍ଡପରେ ଦର୍ଶକ ମାନଙ୍କୁ ଆକୃଷ୍ଟ କଲାଭଳି ଆକର୍ଷଣୀୟ ତୋରଣ ନିର୍ମାଣ କରାଯିବା ସହ ବିଭିନ୍ନ ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ଲୋକଙ୍କ ଚାହିଦାକୁ ଲକ୍ଷ୍ୟ କରି ଉଭୟ ସ୍ଥାନରେ ମନୋହରୀ, ଖେଳନା ଓ ଚାଟ ଦୋକାନ ଖୋଲା ଯିବା ସହ ଖେଳିବା ପାଇଁ ଦୋଳିର ବ୍ୟବସ୍ଥା କରାଯାଇଛି । ଏହି ଉତ୍ସବ ୭ ଦିନ ଧରି ଚାଲିବ ବୋଲି ଜଣାଯାଇଛି । ସେହିପରି ବେଗନାସ୍ଥିତ ରାଧାକୃଷ୍ଣ କମିଟି ପକ୍ଷରୁ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବକୁ ସରପଞ୍ଚ ରଜନୀ ସେଠୀ ଉଦ୍‌ଘାଟନ କରିଥିଲେ । ଅନନ୍ତ ବାରିକ କଳସ ଆଣିଥିବା ବେଳେ ଶୁକଦେବ ନନ୍ଦ ପୂଜା କାର୍ଯ୍ୟ ସଂପାଦନ କରିଛନ୍ତି । କାର୍ଯ୍ୟକ୍ରମରେ ରବିନ୍ଦ୍ର ସେଠୀ, ନବ କିଶୋର ଜେନା, ବାପିନ ସେଠୀ, ଚକ୍ରଧର ସେଠୀ, ହଳଧର ଜେନା, ଦୀଲିପ କୁମାର ସେଠୀ, ଅଜୟ ସେଠୀ, ରଘୁନାଥ ଜେନା, ଚନ୍ଦ୍ରମଣି ଜେନା ସହଯୋଗ କରିଥିଲେ । ଏହି ଉତ୍ସବ ୭ ଦିନ ଧରି ଚାଲିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ