ବନ୍ତରେ ଭଦ୍ରକ ସାଂସଦଙ୍କୁ ସମ୍ବର୍ଦ୍ଧନା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବନ୍ତ ଜଳସେଚନ କାର୍ଯ୍ୟାଳୟ ଛକସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ବ୍ଲକ ବିଜେପି ପକ୍ଷରୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ନବ ନିର୍ବାଚିତ ସାଂସଦଙ୍କୁ ଦଳୀୟ କର୍ମୀ ମାନେ ଜାମ୍ବବଣୀ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ନିଜ ଗ୍ରାମ ଓଡଙ୍ଗକୁ ପାଛୋଟି ଆଣିବା ପରେ ଶ୍ରୀ ସେଠୀ ଗ୍ରାମ ଦେବତୀଙ୍କ ପୀଠରେ ପୂଜାର୍ଚ୍ଚନା କରିଥିଲେ । ପରେ ନିଜ ବାସଭବନକୁ ଯାଇ ମାଆ ଓ ପରିବାର ବର୍ଗଙ୍କ ଠାରୁ ଆର୍ଶୀବାଦ ନେଇଥିଲେ । ପରେ ଛୟାଳସିଂହ ବଜାର ଦେଇ ବନ୍ତରେ ପହଞ୍ôଚ ବଜାର ପରିକ୍ରମା କରିଥିଲେ । ଦଳୀୟ କାର୍ଯ୍ୟାଳୟ ନିକଟରେ ପହଞ୍ôଚବା ପରେ ଉପସ୍ଥିତ ନେତୃତ୍ୱ ଓ କର୍ମୀ ମାନେ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଭଣ୍ଡାରିପୋଖରୀ ବିଧାନସଭା ନେତା ସୁଧାଂଶୁ ଶେଖର ନାୟକଙ୍କ ମଞ୍ଚ ପରିଚାଳନା ତଥା ପୂର୍ବତ୍ତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଓଝାଙ୍କ ସଂଚାଳନାରେ ଅନୁଷ୍ଠିତ ସଭାରେ ନବ ନିର୍ବାଚିତ ସାଂସଦଙ୍କୁ ଦଳ ପକ୍ଷରୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ସ୍ମୃତି ସ୍ତମ୍ଭ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ, କମଳା କାନ୍ତ ସାହୁ, ପୂର୍ବତ୍ତନ ସରପଞ୍ଚ କିଶୋର କିଙ୍କର ପଢିଆରୀ, ସୁଧିର ନାୟକ, ଆଇନଜୀବି ମାଧବାନନ୍ଦ ଦାସ, ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ମହତାବ ମଣ୍ଡଳ ସଭାପତି ଶିବାନନ୍ଦ ଦାଶ ଅଧିକାରୀ, ବରଡେଶ୍ୱର ମଣ୍ଡଳ ସଭାପତି ନବ କିଶୋର ବଳ, କେନ୍ଦୁଆପଦା ସରପଞ୍ଚ ଇଂ ପ୍ରମୋଦ ଜେନା, ତୋଡଗାଁ ସରପଞ୍ଚ ମାନସ ପହି, ସନ୍ତୋଷ ନାୟକ, ବିଜେପି ନେତା ଜିତେନ୍ଦ୍ର ନାୟକ, ପୂର୍ବତ୍ତନ ସରପଞ୍ଚ ଦୁର୍ଗା ବିଶ୍ୱାଳ, କୃଷକ ମୋର୍ଚ୍ଚା ନେତା ଶଙ୍କର୍ଷଣ ଜେନା, ମହିଳା ନେତ୍ରୀ ପଙ୍କଜିନୀ ଲେଙ୍କା, ମାନସି ରାଣୀ ଧଳ, ଉନ୍ନତି ବାଳା ଦାସ, କବିତା ବେହେରାଙ୍କ ସମେତ ବହୁ ନେତୃତ୍ୱ ଓ କର୍ମୀ ଉପସ୍ଥିତ ଥିଲେ ।


