ବନ୍ତରେ ଭାରତ ବନ୍ଦ ସଫଳ: ଯାନବାହନ ଚଳାଚଳ, ଦୋକାନ ବଜାର ବନ୍ଦ
ବନ୍ତ,(ଚାନ୍ଦିନୀ ମହାନ୍ତି) : ମଙ୍ଗଳବାର ବନ୍ତରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ବାମପନ୍ଥୀ ଶ୍ରମିକ ସଂଗଠନ, ସିପିଆଇ, ସିପିଏମ୍, କଂଗ୍ରେସ ଦଳ ପକ୍ଷରୁ କରାଯାଇଥିବା ଭାରତ ବନ୍ଦ ସଫଳ ହୋଇଥିବା ଦେଖିବାକୁ ମିଳିଛି । ପ୍ରାରମ୍ଭରେ ସମର୍ଥକ ମାନେ କୃଷି ବିଲ୍ ପ୍ରତ୍ୟାହାର, ନିତ୍ୟ ବ୍ୟବହାର ସାମଗ୍ରୀର ଦରଦାମ ବୃଦ୍ଧିକୁ ରୋକିବା ଆଦି ବିଭିନ୍ନ କେନ୍ଦ୍ର ବିରୋଧି ସ୍ଲୋଗାନ ଦେଇ ବନ୍ତ ବଜାର ପରିକ୍ରମା କରି ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥକ୍ୁ ଅବରୋଧ କରିଥିଲେ । ସିପିଆଇର ବରିଷ୍ଠ ସାଥୀ ଗୋପବନ୍ଧୁ ସେଠୀ ଓ ଜୋନ୍ ସଂପାଦକ ରମେଶ ଜେନା, ବରିଷ୍ଠ କଂଗ୍ରେସ ନେତା ନିରଂଜନ ମଲ୍ଲିକ, ସିପିଏମ୍ ନେତା ପ୍ରତାପ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଆନ୍ଦୋଳନରେ ସିପିଆଇର ବରିଷ୍ଠ ନେତା ବାବାଜି ଚରଣ ଜେନା, ଆଇନଜୀବି ପରମେଶ୍ୱର ବାରିକ, ନିରଂଜନ ନାୟକ, ବିଷ୍ଣୁ ଜେନା, ପଞ୍ଚାନନ ସେଠୀ, କୃଷ୍ଣ ରାଉତ, ରବିନ୍ଦ୍ର ରାଉତ, ଅନନ୍ତ ମହାରଣା, ପଦ୍ମନାଭ ସ୍ୱାଇଁ, ପବିତ୍ର ସେଠୀ, ସଂଜୟ ସାମଲ, ରବିନ୍ଦ୍ର ତରାଇ, ପର୍ଶୁରାମ ସ୍ୱାଇଁ, କଂଗ୍ରେସ ଦଳ ପକ୍ଷରୁ ଅନନ୍ତ ଚରଣ ଦାଶ, ମଣିଭଦ୍ର ବିଶ୍ୱାଳ, ନୁରୁଲ ଅମିନ୍, ହରମୋହନ ବେହେରା, ମୀର୍ ଅବଦୁଲ ହାସିମ୍, ଜ୍ୟୋତି ରଂଜନ ନାୟକ, ସୟଦ ମହେଫୁଜ୍, ନବଘନ ରାଜ, ସାଦ୍ଦ୍ ସିଦ୍ଧିକ୍, ଶ୍ୟାମ ସୁନ୍ଦର ଦାସ, ସିପିଏମର ସିଆଇଟିୟୁ ନେତା ମହେଶ୍ୱର ନାୟକ, ନାରାୟଣ ଲେଙ୍କା, ଦୀଲିପ ନାୟକ, ଅନନ୍ତ ପୃଷ୍ଟି, ବାବୁଲି ଜେନାଙ୍କ ସମେତ ଅନ୍ୟ ମାନେ ସାମିଲ ହୋଇଥିଲେ । ଏହି ବନ୍ଦ ପାଳନ ଯୋଗୁ ରାଜ୍ୟ ରାଜପଥର ଯାନବାହାନ ଚଳାଚଳ, ଦୋକାନ ବଜାର, ସରକାରୀ ଓ ବେସରକାରୀ ଅଫିସ, ବ୍ୟାଙ୍କ, ପୋଷ୍ଟ ଅଫିସ ଆଦି ବନ୍ଦ ରହିଥିବା ଦେଖାଯାଇଥିଲା ।