ବନ୍ତରେ ମହାଶିବରାତ୍ରୀ ଓ ଜାଗରଯାତ୍ରା ପାଳିତ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ଶୁକ୍ରବାର ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ମହାଶିବ ରାତ୍ରି ଓ ଜାଗର ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ଦୀର୍ଘ ଏକ ହଜାରରୁ ଉର୍ଦ୍ଧ୍ୱ ବର୍ଷର ଅଣିଜୋ ସ୍ଥିତ ସିନ୍ଧୁକେଶ୍ୱର ମନ୍ଦିର, ଟିଲୋ-ବଉଳସାହିସ୍ଥିତ ସିଦ୍ଧେଶ୍ୱର ମନ୍ଦିର ଓ ବରଡେଶ୍ୱରସ୍ଥିତ ବରଡେଶ୍ୱର ମହାଦେବଙ୍କ ପୀଠରେ ସର୍ବାଧିକ ଭିଡ ଏବଂ ମେଳା ବସିଥିବା ବେଳେ ଅନୁରୂପ ଭାବେ ବରକୋଣାର ସିଦ୍ଧରାମେଶ୍ୱର, ସେଣ୍ଢତୀରାରେ ସିଦ୍ଧେଶ୍ୱର, ଗୋବିନ୍ଦପୁରରେ ଭୀମେଶ୍ୱର,ଏରେଣ୍ଡେଇର ମଦନେଶ୍ୱର, ଶିଆଳିଆର ରାଜକେଶ୍ୱର, ନିଳୋକର ନିଳକଣ୍ଠେଶ୍ୱର, ଭୁବନେଶ୍ୱର ଶାସନସ୍ଥିତ ଭୁବନେଶ୍ୱର, ନରସିଂହପୁରର ଗୁପ୍ତେଶ୍ୱର, ମାଳତୀରାର ମାଳତୀଶ୍ୱର, ପଧାନପଡାର ସିଦ୍ଧେଶ୍ୱର ଓ ଚନ୍ଦନେଶ୍ୱର, ଭୁବନେଶ୍ୱରପୁରର ଭୁବନେଶ୍ୱର, ତରାଗୋର ତାଡକେଶ୍ୱର, ଅଣ୍ଢିଆର ତାଡକେଶ୍ୱର, ବନ୍ତର ଚଣ୍ଡେଶ୍ୱର, ଦୋଳପଦୀର ଚନ୍ଦ୍ରଶେଖର, କୁମ୍ଭାରିଆର ବାଲୁଙ୍କେଶ୍ୱର, ଷଠତୀରାର ସ୍ୱପ୍ନେଶ୍ୱର, ଗଣିଜାଙ୍ଗ ଶାସନର ଭକ୍ତେଶ୍ୱର, ହାସିନପୁର ପଣ୍ଡାସାହିର ଜମେଶ୍ୱର, ବୃନ୍ଦାବନପୁରର ମଣିଶ୍ୱର, କାଶିପୁରରେ କାଶିବିଶ୍ୱେଶ୍ୱର, ତୁଣ୍ଡାର କପିଳେଶ୍ୱର, ଗୋପାଳପୁରର ଯୋଗେଶ୍ୱର, ବୋଡକ ପାଟଣାର ତାଡକେଶ୍ୱର, ବାଲୁକେଶ୍ୱର, ରାମକୃଷ୍ଣପୁରର ବାଲୁଙ୍କେଶ୍ୱର, ରାଧାନଗର, ତ୍ରିକୋଣା, ଟିଲୋ-ମାଳିସାହି, ଦେବତାଗଢିଆ, ବନ୍ତ ଜଳସେଚନ କାର୍ଯ୍ୟାଳୟ, ବନ୍ତ ଥାନା ପରିସର, କେନ୍ଦୁଆପଦା, ବସନ୍ତିଆ, ପଙ୍ଗୀରା ପ୍ରଭୃତି ମନ୍ଦିରରେ ଶିବରାତ୍ରି ଉପଲକ୍ଷେ ଭକ୍ତମାନଙ୍କର ସୁଅ ଛୁଟିବା ସହିତ ରାତ୍ରିର ମହଦୀପ ଉଠିବା ନେଇ ଉତ୍ସୁକତା ଭରି ରହିଛି । ଏଥିନେଇ ପ୍ରତ୍ୟୁଷରୁ ପ୍ରଭୁ ଶିବଙ୍କ ଠାରେ ଯଥାରୀତି ପୂଜାର୍ଚ୍ଚନା କରାଯାଇ ପୂର୍ବାହ୍ନ ଠାରୁ ନାମ ସଂକୀର୍ତ୍ତନ କରାଯାଇଥିଲା । ସଂଧ୍ୟାରେ ପ୍ରସାଦ ସେବନ କରାଯିବା ପରେ ରାତ୍ର ୮ଟାରେ ବେଢା ପରିକ୍ରମା କରାଯିବା ସହିତ ମହାଦୀପ ସମର୍ପଣ କରାଯାଇଥିଲା । ଏହି ଅବସରରେ ଟିଲୋ-ବଉଳସାହିସ୍ଥିତ ସିଦ୍ଧେଶ୍ୱର ମନ୍ଦିରରେ ରାଜା ରାମଚନ୍ଦ୍ର ଭଞ୍ଜଙ୍କ ଅମଳରୁ ମହାଦେବ ପୂଜା ପାଇ ଆସୁଥିବା ବେଳେ ନିଳୋକସ୍ଥିତ ମହାଦେବ ମନ୍ଦିରରେ ସକାଳ ଠାରୁ ଶତାଧିକ ଭକ୍ତଙ୍କ ଭିଡ ଲାଗିଥିବା ବେଳେ ଅପରାହ୍ନରେ ଜାଗରଯାତ୍ରା ଅନୁଷ୍ଠିତ ହୋଇଥିଲା । ସେହିପରି ଛୟାଳସିଂ ଠାରେ ବାବା ଖଗେଶ୍ୱର ପୀଠରେ ଆଜି ଠାରୁ ଜାଗର ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏହା ୩ ଦିନ ଧରି ଚାଲିବ । ପ୍ରତ୍ୟେହ ଦିନ ଭଜନ କୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପୂଜାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶତାଧିକ ଭକ୍ତ ରୁଣ୍ଡିଭୂତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ