ବନ୍ତରେ ମହାଶିବରାତ୍ରୀ ଓ ଜାଗରଯାତ୍ରା ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ମହାଶିବ ରାତ୍ରି ଓ ଜାଗର ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରସିଦ୍ଧ ଶୈବ ପୀଠ ବାବା ପ୍ରତାପ ସିନ୍ଧୁକେଶ୍ୱର ମହାଦେବଙ୍କ ପୀଠରେ ସକାଳେ ହୋମ ଯଜ୍ଞ, ରୁଦ୍ରାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରାତ୍ରୀରେ ବଡସିଂହାର ବେଶ, ଭୋର ୪ଟା ୩୦ରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି । ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଜିଲାରୁ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏହି ପୀଠରେ ସମାଗମ ହୋଇଥିବାର ଦେଖାଯାଇଥିଲା । ସେବାୟତ ସଂଘର ସଭାପତି ଯୋଗେନ୍ଦ୍ର ପଣ୍ଡା, ସମ୍ପାଦକ ଶରତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ମନ୍ଦିରର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି । ଆଗରପଡା ପୋଲିସ ପକ୍ଷରୁ ଶାନ୍ତି ଶୃଂଖଳା ରକ୍ଷା କରାଯାଇଛି । ଜାଗର ଉପଲକ୍ଷେ ଏଠାରେ ଦୋଳି, ମୀନା ବଜାର, ଖାଦ୍ୟ ଷ୍ଟଲ ଆଦି ଖୋଲିଥିବାର ଦେଖାଯାଇଛି । ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ବରଡେଶ୍ୱର ମହାଦେବଙ୍କ ପୀଠରେ ବନ୍ତ ସମେତ ଭଣ୍ଡାରିପୋଖରୀ, ହାଟଡିହୀ ଆଦି ବ୍ଲକରୁ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାର ଦେଖାଯାଇଛି । ପ୍ରାୟ ଦେଢ ଶହ ବର୍ଷ ଧରି ଏହି ପୀଠରେ ବାବା ବରଡେଶ୍ୱର ପୂଜା ପାଇ ଆସୁଛନ୍ତି । କମିଟିର ସଭାପତି ଜନାର୍ଦ୍ଦନ ପଣ୍ଡା, ସମ୍ପାଦକ ଗଣେଶ ପଣ୍ଡା, ପୂଜକ ବିଦ୍ୟାଧର ପଣ୍ଡାଙ୍କ ତତ୍ତ୍ୱାବଧାନରେ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ ହୋଇଛି । ରାତି ୧୦ଟା ୩୨ମି.ରେ ମହାଦୀବ ଉଠିବାର କାର୍ଯ୍ୟକ୍ରମ ରହିଛି । କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ଶାନ୍ତିଶୃଂଖଳା ରକ୍ଷା କରାଯାଇଛି । ସେହିପରି ଟିଲୋ-ବଉଳସାହିସ୍ଥିତ ସିଦ୍ଧେଶ୍ୱର, ନିଳୋକର ନିଳକଣ୍ଠେଶ୍ୱର, ଭଣ୍ଡାରଗଢିଆର ଗୁପ୍ତେଶ୍ୱର ମହାଦେବ, କୁମ୍ଭାରିଆର ବାଲୁଙ୍କେଶ୍ୱର, ଡାଳିମ୍ବଗଢିଆର ସର୍ବେଶ୍ୱର, ଦୋଳପଦୀର ଚନ୍ଦ୍ରଶେଖର, ଘରପଦାରେ ହୁଙ୍କେଶ୍ୱର, ବିଟିପୁରରେ ସିରିଡି ରାମେଶ୍ୱର, ପୁରୁଷଣ୍ଢର ବୁଢା ମହାଦେବ, ତ୍ରିଶାଲିଆର ସୁବର୍ଣ୍ଣେଶ୍ୱର, ଆଡିଆର ଆରଡେଶ୍ୱର, ଗୋପିନାଥପୁରରେ ସ୍ୱପ୍ନେଶ୍ୱର, ବରକୋଣାର ସିଦ୍ଧରାମେଶ୍ୱର, ସେଣ୍ଢତୀରାରେ ସିଦ୍ଧେଶ୍ୱର, ଗୋବିନ୍ଦପୁରରେ ଭୀମେଶ୍ୱର,ଏରେଣ୍ଡେଇର ମଦନେଶ୍ୱର, ଶିଆଳିଆର ରାଜକେଶ୍ୱର, ନରସିଂହପୁରର ଗୁପ୍ତେଶ୍ୱର, ମାଳତୀରାର ମାଳତୀଶ୍ୱର, ପଧାନପଡାର ସିଦ୍ଧେଶ୍ୱର ଓ ଚନ୍ଦନେଶ୍ୱର, ଭୁବନେଶ୍ୱରପୁରର ଭୁବନେଶ୍ୱର, ତରାଗୋର ତାଡକେଶ୍ୱର, ଅଣ୍ଢିଆର ତାଡକେଶ୍ୱର, ବନ୍ତର ଚଣ୍ଡେଶ୍ୱର, ଷଠତୀରାର ସ୍ୱପ୍ନେଶ୍ୱର, ଛୟାଳସିଂର ବାବା ଖଗେଶ୍ୱର, ଗଣିଜାଙ୍ଗ ଶାସନର ଭକ୍ତେଶ୍ୱର, ହାସିନପୁର ପଣ୍ଡାସାହିର ଜମେଶ୍ୱର, ବୃନ୍ଦାବନପୁରର ମଣିଶ୍ୱର, କାଶିପୁରରେ କାଶିବିଶ୍ୱେଶ୍ୱର, ତୁଣ୍ଡାର କପିଳେଶ୍ୱର, ଗୋପାଳପୁରର ଯୋଗେଶ୍ୱର, ବୋଡକ ପାଟଣାର ତାଡକେଶ୍ୱର, ବାଲୁକେଶ୍ୱର, ରାମକୃଷ୍ଣପୁରର ବାଲୁଙ୍କେଶ୍ୱର ଆଦି ଶୈବପୀଠ ସମେତ ରାଧାନଗର, ତ୍ରିକୋଣା, ଟିଲୋ-ମାଳିସାହି, ଦେବତାଗଢିଆ, କେନ୍ଦୁଆପଦା, ବସନ୍ତିଆ, ପଙ୍ଗୀରା ଆଦି ସ୍ଥାନରେ ମହାଶିବରାତ୍ରୀ ଓ ଜାଗର ଯାତ୍ରା ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ସମସ୍ତ ଶୈବ ପୀଠରେ ଯଥାରୀତି ପୂଜାର୍ଚ୍ଚନା କରାଯାଇ ପୂର୍ବାହ୍ନ ଠାରୁ ନାମ ସଂକୀର୍ତ୍ତନ କରାଯାଇଥିଲା । ସଂଧ୍ୟାରେ ପ୍ରସାଦ ସେବନ, ରାତ୍ର ୮ଟାରେ ବେଢା ପରିକ୍ରମା ଓ ରାତି ସାଢେ ୧୦ଟା ପରେ ମହାଦୀପ ସମର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ