ବନ୍ତରେ ମହା ସମାରୋହରେ ବଡ଼ଦିନ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ପୁରୁଣା ବଜାର ଠାରେ ସାଧୁ ସମାଜ ଖ୍ରୀଷ୍ଟୀୟ ମଣ୍ଡଳୀ ବନ୍ତ ଶାଖା ପକ୍ଷରୁ ବଡ଼ଦିନ ଏବଂ ଖ୍ରୀଷ୍ଟ ମଣ୍ଡଳୀର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସର୍ବପ୍ରଥମେ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିବା ବେଳେ ଶାଖାର ସଭାପତି ସୁରେନ୍ଦ୍ର ମଲ୍ଲିକ, ଉପ ସଭାପତି ହାଡ଼ିବନ୍ଧୁ ସେଠୀ, ସମ୍ପାଦକ ମନୋଜ କୁମାର ନାୟକ, ସହ ସମ୍ପାଦକ ଭାବଗ୍ରାହୀ ରାଉତ, ସଦସ୍ୟ ମୁକ୍ତିକାନ୍ତ ଜେନାଙ୍କ ସମେତ ଅନେକ ଖ୍ରୀଷ୍ଟ ପ୍ରେମୀ ଉପସ୍ଥିତ ହୋଇ ସଦାପ୍ରଭୂ ଯୀଶୁଙ୍କୁ ପ୍ରାର୍ଥନା କରିଥିଲେ । ଏଥିସହ ବାଇବେଲ ପାଠ, ଜନ୍ମ ବୃତ୍ତାନ୍ତ ଆଲୋଚନା, ଆଶୀର୍ବାଦ ଭିକ୍ଷା କରାଯିବା ସହିତ ଦିବ୍ୟାଙ୍ଗମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ମଣ୍ଡଳୀ ପାଇଁ ସରକାରଙ୍କ ପକ୍ଷରୁ ମିଳିଥିବା ଏକ ଜାଗା ନିମନ୍ତେ ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରା ଯାଇଥିଲା । ୨ୟ ପର୍ଯ୍ୟାୟରେ ମଳୟ କୁମାର ବାରିକଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ବିମଳ କୁମାର ବେହେରା, ଆରତୀ ସାହୁ, ସମାଜସେବୀ ସୁଧାଂଶୁ ଶେଖର ନାୟକ, ସଂଜୟ ମଜୁମଦାର, ନରେନ୍ଦ୍ର ମିଶ୍ର, ମାଧବ ଦାସଙ୍କ ସମେତ ବହୁ ଖ୍ରୀଷ୍ଟ ବିଶ୍ୱାସୀ ଯୋଗ ଦେବା ସହ ନିଜ ନିଜ ବକ୍ତବ୍ୟରେ ଯୀଶୁଙ୍କ ବାଣୀ, କର୍ମ ଓ ସମାଜ ପ୍ରତି ତ୍ୟାଗ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଦୀପ ନାୟକ, ଶତ୍ରୁଘ୍ନ ମହାରାଜ, ଅଜୟ ମହାନ୍ତି, ନକୁଳ ଭଟ୍ଟରାୟଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ