ବନ୍ତରେ ମିଡ୍ ବ୍ରେନ୍ ଆକ୍ଟିଭେସନ୍ ସେଣ୍ଟର ଉଦ୍ଘାଟିତ
ବନ୍ତ,(ଯୁଗାଦ୍ଧ ନ୍ୟୁଜ) : ବନ୍ତ ସିନେମା ହଲ ଛକସ୍ଥିତ ଗୋଛାୟତ ମାର୍କେଟ କମ୍ପେ୍ଲକ୍ସ ଠାରେ ଡାକ୍ତର ମୁରଲୀଧର ସୂତାରଙ୍କ ଉଦ୍ୟମରେ ମାଇଣ୍ଡ ମାଷ୍ଟର ମିଡ୍ ବ୍ରେନ୍ ଆକ୍ଟିଭେସନ୍ ସେଣ୍ଟର ଉଦ୍ଘାଟିତ ହୋଇଯାଇଛି । ଏଥିରେ ଜାପାନିଜ୍ ଟେକ୍ନୋଲୋଜି ମାଧ୍ୟମରେ ୫ରୁ ୧୪ ବର୍ଷର ପିଲାମାନଙ୍କୁ ମସ୍ତିଷ୍କର କ୍ଷୀପ୍ର କାର୍ଯ୍ୟକ୍ଷମତା ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯିବ । ·ରୁଚନ୍ଦ୍ର ଇଂଲିଶ ମିଡିୟମ ସ୍କୁଲର ଅଧ୍ୟକ୍ଷ ଅକ୍ଷୟ କୁମାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଶିକ୍ଷକ ବେଣୁଧର ନାୟକ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଆ·ର୍ଯ୍ୟ ସୁଧାଂଶୁ ଶେଖର ପଣ୍ଡା, ଲକ୍ଷ୍ମୀଧର କାଣ୍ଡି, ଶିକ୍ଷୟିତ୍ରୀ ଅନିମା ଜେନା ପ୍ରମୁଖ ଯୋଗ ଦେଇ ଶିଶୁ ମସ୍ତିଷ୍କର ବିକାଶରେ ସମାଜ ତଥା ଦେଶର ବିକାଶ ସମ୍ଭବ ବୋଲି ମତ ବ୍ୟକ୍ତ କରିଥିଲେ । ଏହା ସଂପୃକ୍ତ ଅଂଚଳ ପାଇଁ ଏକ ନୂତନ ପ୍ରୟାସ ହୋଇଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଉକ୍ତ କେନ୍ଦ୍ରର ସହ ପ୍ରଶିକ୍ଷକ ଇଂ. ଦେବାଶିଷ ସୂତାର ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।