ବନ୍ତରେ ମିନି ମାରାଥାନ୍ ଅନୁଷ୍ଠିତ: ଭାଗ ନେଲେ ଯୁବଛାତ୍ର ଓ ସ୍ୱେଚ୍ଛାସେବୀ

ବନ୍ତ,(ଚାନ୍ଦିନୀ ମହାନ୍ତି): ଶୁକ୍ରବାର ନୂତନ ବର୍ଷ ଉପଲକ୍ଷେ ଭଦ୍ରକ ଜିଲା ବନ୍ତ ମହୋତ୍ସବ କମିଟି ପକ୍ଷରୁ ଏକ ମିନି ମାରାଥନ୍‌ର ଆୟୋଜନ କରାଯାଇଥିଲା । ସକାଳ ୮ଟାରେ ଏହି ମାରାଥନ୍ ଟିଲୋ କେନାଲ ଛକ ଠାରୁ ଆରମ୍ଭ ହୋଇ ୨ କିମି ୫ ଶହ ମିଟର ଦୂର ଶ୍ରୀବନ୍ତପୁର ତାରିଣୀ ମନ୍ଦିର ନିକଟରେ ଶେଷ ହୋଇଥିଲା । ଯୁବ ସମାଜସେବୀ ଇଂ.ଲକି ମାଷ୍ଟର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମାରାଥନ୍‌କୁ ଭୁବନେଶ୍ୱରସ୍ଥିତ ଗୀତା ଇଂଜିନୟରିଂ କଲେଜର ଅଧ୍ୟକ୍ଷ ଡଃ.ମନ୍ମଥ କୁମାର ରାଉଳ, ହୋମିଓପାଥିକ୍ ଡାକ୍ତର ମୂରଲୀଧର ସୂତାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । କୋଭିଡ୍ ନିୟମ ଅନୁଯାୟୀ ସମସ୍ତ ଅଂଶ ଗ୍ରହଣକାରୀ ମାସ୍କ ପରିଧାନ କରିବା ସହିତ ସାନିଟାଇଜର ବ୍ୟବହାର କରିଥିଲେ । ମାରାଥନ୍ ବେଳେ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହିତ ସୁସ୍ଥ ଓ ସୁରକ୍ଷିତ ରହିବା ସଂପର୍କୀତ ସ୍ଲୋଗାନ ମାନ ଦିଆଯାଇଥିଲା । ଉଦ୍‌ଯାପନୀ ସମାରୋହରେ ମାରାଥନ୍ ଏକତା ଓ ଭାଇଚାରାର ପ୍ରତୀକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଭବେନ୍ଦ୍ର ସାହୁ ସମସ୍ତ ଅତିଥି ଓ ଅଂଶ ଗ୍ରହଣକାରୀଙ୍କୁ ଧନ୍ୟବାନ ଅର୍ପଣ କରିଥିଲେ । ଏହି ମାରାଥନ୍‌ରେ ରମାକାନ୍ତ ପାଣିଗ୍ରାହୀ, ସୁବାଷ ଦାସ, କାହ୍ନା ନାୟକ, ପରମେଶ୍ୱର ବାରିକ, ସଞ୍ଜୟ କୁମାର ମଜୁମଦାର, ବିପିନ ନାୟକ, ସୁଧାଂଶୁ ନାୟକ, ମାର୍କଣ୍ଡ ବେହେରା, ଜ୍ୟୋତି ରଞ୍ଜନ ନାୟକ, ଏଲ୍‌.ଅମରଜିତ୍ ସ୍ୱାଇଁ, ସୂର୍ଯ୍ୟ ରଂଜନ ସ୍ୱାଇଁ, ପ୍ରଦ୍ୟୁମ୍ନ ସାହୁ, ଲୁସି ସ୍ୱାଇଁ, ସୟଦ ମଇଫୁଜ୍‌, ରାଜା ସାହାଜୀ, ସେକ୍ ଆଜାଦ୍‌, ମଧୁସ୍ମିତା ମିଶ୍ର, ଭାଗ୍ୟଶ୍ରୀ ସାହୁ, ବିଶ୍ୱବନ୍ଦିତା ନାୟକଙ୍କ ସମେତ ଶତାଧିକ ଯୁବଛାତ୍ର ଓ ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ