ବନ୍ତରେ ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଠାରେ ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ବୈଠକରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ସର୍ବଭାରତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ମିଲନ୍ ଗୌତମ, ରାଜ୍ୟ ସାଧାରଣ ସମ୍ପାଦକ ନିହାର ରଞ୍ଜନ ବେହେରା, ଜିଲା ଯୁବ କଂଗ୍ରେସ ସଭାପତି ହେମନ୍ତ ମହାପାତ୍ର, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସାଦ୍ ସିଦ୍ଧିକ୍, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଶକ୍ତି ପ୍ରସାଦ ବିଶ୍ୱାଳ, ଭଦ୍ରକ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଟନି ଅଲ୍ଲୀ, ଯୁବ କଂଗ୍ରେସ ନେତା ସତ୍ୟ ପୁହାଣ, ଜ୍ୟୋତି ରଞ୍ଜନ ନାୟକ, ଅଜିତ୍ ପଣ୍ଡା, ସାହିଦ୍ ମୈଇଫୁଜ୍, ଶରତ ଦାସ, ସମ୍ବିତ ସାହୁ, ଉତ୍ତମ କୁମାର ମହାନ୍ତିଙ୍କ ସମେତ ଶତାଧିକ ଯୁବ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ ।