ବନ୍ତରେ ସାହିତ୍ୟ ସଭା ଓ ପୁସ୍ତକ ଲୋକାର୍ପଣ ଉତ୍ସବ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଜାମତୀରା ଠାରେ କବିତା ପାଠୋତ୍ସବ, ପୁସ୍ତକ ଲୋକାର୍ପଣ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ରାମ ଗୋବିନ୍ଦ ସଂସଦ ଆନୁକୁଲ୍ୟରେ ଆୟୋଜିତ ସଭାକୁ ଶିଶୁ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକ ପୌରୋହିତ୍ୟ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ହାଟଡିହୀ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପର୍ଶୁରାମ ପେଡା, ମୁଖ୍ୟ ବକ୍ତା ଭାବେ ଗାୟକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଉଦ୍ଘାଟକ ଭାବେ ଶିକ୍ଷାବିତ୍ ଗଣେଶ ପ୍ରସାଦ କରଶର୍ମା, ସମ୍ମାନିତ ଅତିଥି ଭାବେ କବି ଜଗନ୍ନାଥ ପାତ୍ର, ବିଶିଷ୍ଟ ନାଟ୍ୟକାର ସୁଧାଶୁଂ ଶେଖର ନାୟକ, ସାହିତ୍ୟିକ ପ୍ରଫୁଲ୍ଲ କୁମାର ଚକ୍ର, ଶିକ୍ଷାବିତ ଡଃ. ଶୁଭେନ୍ଦ୍ର କୁମାର ମିଶ୍ର ଯୋଗଦେଇ ସାହିତ୍ୟ କାଳଜୟୀ ବୋଲି କହିଥିଲେ । କବି ଦାଶରଥି ଜେନା ଓ ହାସ୍ୟମୟୀ ରାଜଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ କୃଷ୍ଣ ଚନ୍ଦ୍ର ଜେନା, ସୁବୋଧ କୁମାର ସାହୁ, ପଞ୍ଚାନନ ପୃଷ୍ଟି, ଚର୍ତୁଭୁଜ ପହି, ଶଙ୍ଖାଳି ଚରଣ ରାଉଳ, ରବିନ୍ଦ୍ର ବିଶ୍ୱାଳ, ପ୍ରତିମା ସାହୁ, ସୁକାନ୍ତ କୁମାର ବେହେରା, ଅନ୍ତନ ମୁଦୁଲି, ମୁରଲୀଧର ବେହେରା, ବିଦ୍ୟତ୍ପ୍ରଭା ଦେଓ, ପ୍ରଭାତ ସେନାପତି, ଶ୍ରୀକାନ୍ତ ପଣ୍ଡା, ବାମନ ଚରଣ ବେହେରା, ବନମାଳୀ ଜେନା, ଭାଗବତ ସାହୁ, ଅରୁଣ କୁମାର ଜେନାଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ କବି ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ ତଥା ବିଶିଷ୍ଟ ଶିଳ୍ପପତି ପର୍ଶୁରାମ ପେଡାଙ୍କୁ ମାନପତ୍ର ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ରଚିତ ‘ଜୀବନ ଫୁଲ’ କବିତା ସଙ୍କଳନକୁ ଅତିଥିମାନେ ଲୋକାର୍ପଣ କରିଥିଲେ । ପ୍ରାରମ୍ଭରେ କବି ରମାକାନ୍ତ ଜେନା ଅତିଥି ପରିଚୟ, ପ୍ରଫୁଲ୍ଲ କୁମାର ଲେଙ୍କା ଉଦ୍ଦେଶ୍ୟ ଜ୍ଞାପନ ଓ ଅର୍ପିତା ମଲ୍ଲିକ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଲକ୍ଷ୍ମୀପ୍ରିୟା ଲେଙ୍କା, ପ୍ରଦୀପ କୁମାର ଲେଙ୍କା, ବିଶ୍ୱଜିତ ଲେଙ୍କା, ରଞ୍ଜିତ ଲେଙ୍କା, ସୁପ୍ରଭା ସେଠୀ, ଶର୍ମିଷ୍ଠା ସ୍ୱାଇଁ, ରାଜଶ୍ରୀ ଲେଙ୍କା, ଶୁଭଶ୍ରୀ ଲେଙ୍କା ସହଯୋଗ କରିଥିଲେ ।