ବନ୍ତରେ ସିପିଆଇର ନିରବ ପ୍ରତିବାଦ

ବନ୍ତ, (ଚାନ୍ଦିନୀ ମହାନ୍ତି) : ସିପିଆଇର ସର୍ବଭାରତୀୟ ଡାକରାରେ ବନ୍ତ ବଜାରରେ କେନ୍ଦ୍ର ସରକାରଙ୍କ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌କୁ ବିରୋଧ କରାଯାଇ ନିରବ ପ୍ରତିବାଦ ପାଳନ କରାଯାଇଥିଲା । ସିପିଆଇ ବନ୍ତ ଜୋନ୍ କମିଟି ତରଫରୁ ପତାକା ଓ ପ୍ଲାକାର୍ଡ ପ୍ରଦର୍ଶନ କରାଯାଇ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜ୍‌କୁ ନେଇ ପ୍ରତିବାଦର ଡାକରା ଦିଆଯାଇଥିଲା । କେନ୍ଦ୍ର ସରକାର ଶିଳ୍ପପତି ମାନଙ୍କୁ ଆର୍ଥିକ ପ୍ୟାକେଜର ସମସ୍ତ ସୁବିଧା ସୁଯୋଗ ଦେଇ ଗରିବ ଜନସାଧାରଣ ବିଶେଷକରି ଚାଷୀ, ଶ୍ରମିକ ଓ ଛୋଟ ବ୍ୟବସାୟୀ ମାନଙ୍କର ସାମାଜିକ ଓ ଆର୍ଥିକ ସୁରକ୍ଷା ପାଇଁ ଆଖିବୁଜି ଦେଇଛନ୍ତି । ଲକ୍ ଡାଉନ୍ ବେଳେ ଦେଶର କୋଟି କୋଟି ପ୍ରବାସୀ ଶ୍ରମିକ୍ ଭୋକିଲା ରହି ରାସ୍ତାରେ ଚାଲୁଛନ୍ତି ତ କେଉଁଠାରେ ପୋଲିସ ଜୁଲମରେ ମୃତ୍ୟୁ ବରଣ କରୁଛନ୍ତି । ବାସ୍ତବକ୍ଷେତ୍ରରେ କେନ୍ଦ୍ର ସରକାରଙ୍କର ଶ୍ରମିକ ଓ ଚାଷୀ ତଥା ଗରିବ ଜନସାଧାରଣଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଆନ୍ତରିକତାର ଅଭାବ ଏହି ୨୦ ଲକ୍ଷ କୋଟି ପ୍ୟାକେଜରୁ ସ୍ପଷ୍ଟ ଜଣାପଡୁଛି । ଏହି ପ୍ରତିବାଦରେ ସିପିଆଇ ଭଦ୍ରକ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ବନ୍ତ ଜୋନ୍ ସଂପାଦକ ରମେଶ ଜେନା, ଆଇନଜୀବି ପରମେଶ୍ୱର ବାରିକ, ନିରଞ୍ଜନ ନାୟକ, ପିତବାସୀ ସେଠୀ, ନାରାୟଣ ଚନ୍ଦ୍ର ସ୍ୱାଇଁ, ପର୍ଶୁରାମ ସ୍ୱାଇଁ, ପଧାନପଡା ସମିତି ସଭ୍ୟ ରତିକାନ୍ତ ଜେନା, ରବିନ୍ଦ୍ର ତରେଇ, ଅନିରୁଦ୍ଧ ଜେନା, କିଶୋର ବେହେରା, ରାଜୀବ ଖିଲାର, ଅଭିମନ୍ୟୁ ଜେନା, ନାରାୟଣ ଜେନା, ଜୟନ୍ତ ଜେନା, ମାର୍କଣ୍ଡ ଚରଣ ବାରିକ, ସଂଜୟ ସାମଲ, ଅନନ୍ତ ମହାରଣା, ରବିନ୍ଦ୍ର ନାୟକ, ଜଳଧର ଜେନା, ରାଜେନ୍ଦ୍ର ମଲ୍ଲିକ ପ୍ରମୁଖ ପ୍ରତିବାଦରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ