ବନ୍ତର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ପିସିସି ସଭାପତି, କର୍ମୀଙ୍କ ମନରେ ଉତ୍ସାହ

ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିବାର ଦେଖାଯାଇଥିଲା । ଗଣିଜାଙ୍ଗ ବଜାର ମଳିକ ସାହି ହନୁମାନଙ୍କ ବାର୍ଷିକ ଉତ୍ସବରେ ପିସିସି ସଭାପତି ଯୋଗ ଦେଇଥିବା ବେଳେ ତାଙ୍କୁ ଭଣ୍ଡାରିପୋଖରୀ କଂଗ୍ରେସ ନେତା ସୁବ୍ରତ ଦାସ, ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ନିରୁପମା ରାଉତ, ପ୍ରାକ୍ତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀଧର ସାହୁ, ୧୪ନଂ.ଜୋନ୍ ସଭାପତି ବିଜୟ ଜେନା, ୧୫ନଂ.ଜୋନ୍ ସଭାପତି ଅନନ୍ତ ଦାସ, ପ୍ରିୟବ୍ରତ ନାୟକ, ନିରାକର ସାହୁ, ଉଦ୍ଧବ ନାୟକ, ବିଷ୍ଣୁ ମୋହନ ପଣ୍ଡା, ରଘୁନାଥ ଦାସ, ବିଦ୍ୟାଧର ନାୟକ, କୃଷ୍ଣ ଚନ୍ଦ୍ର ମଲ୍ଲିକ, ଦୟାନିଧି ମଳିକ, କୃଷ୍ଣ ଚନ୍ଦ୍ର ମଳିକ, କୀର୍ତ୍ତନ ଦାସ, ଶରତ ସେଠୀ, ମୁକ୍ତିକାନ୍ତ ଦାସ ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜଣାଇଥିଲେ । ଟିଲୋ ମାଳିସାହିସ୍ଥିତ ତ୍ରିନାଥଶ୍ୱରାୟ ମହାଦେବ ମନ୍ଦିରରେ ପିସିସି ସଭାପତି, ପିସିସି ଉପସଭାପତି ଅନନ୍ତ ପ୍ରସାଦ ସେଠୀଙ୍କ ସମେତ ବହୁ ବରିଷ୍ଠ ନେତୃତ୍ୱ ଯୋଗ ଦେଇଥିଲେ । ସେଠାରେ ଇଂ.ଲକି ମାଷ୍ଟର ସ୍ୱାଇଁ, ଲାଲା ସ୍ୱାଇଁ, ସୁଦାମ କଅଁର, ବିନୋଦ ସାମଲ, ବାବୁଲି ବେହେରା, ଚଗୁଲୁ ପୃଷ୍ଟି, ରମାକାନ୍ତ ପାଣିଗ୍ରାହୀ, ମିନକେତନ ସ୍ୱାଇଁ, ପ୍ରଦୀପ ପଢିଆରୀ, ନିତ୍ୟାନନ୍ଦ ବରାଳ, କାଳନ୍ଦି ବେହେରା, ମାର୍କଣ୍ଡ ବେହେରା ପ୍ରମୁଖ ପିସିସି ସଭାପତିଙ୍କୁ ସ୍ୱାଗତ କରିଥିଲେ । ସେହିପରି ଚାଇଁପୁର-ଶ୍ରୀବନ୍ତପୁରସ୍ଥିତ ମା’ତାରିଣୀଙ୍କ ମନ୍ଦିର ଓ ତୁଣ୍ଡାସ୍ଥିତ ହନୁମାନ ମନ୍ଦିର ଉତ୍ସବ ସହ ଏକ ବିବାହ ଭୋଜିରେ ଯୋଗ ଦେଇଥିଲେ । ପ୍ରକାଶ ଥାଉକି, ପିସିସି ସଭାପତି ଚଳିତ ସଧାରଣ ନିର୍ବାଚନରେ ଭଣ୍ଡାରିପୋଖରୀ ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ବେଳେ ବନ୍ତ ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସାଧାରଣ କର୍ମୀଙ୍କ ମହଲରେ ଉତ୍ସାହ ବୃଦ୍ଧି ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ