ବନ୍ତର ବିଭିନ୍ନ ସ୍ଥାନରେ ଇଦ୍-ଉଲ୍-ଜୁହା ପାଳିତ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ଇଦ୍-ଉଲ୍-ଜୁହା ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ମାଳତୀରାସ୍ଥିତ ଇଦ୍ଘା ଠାରେ ମୌଲାନା ଇକ୍ବାଲ ନିଜାମୀଙ୍କ ଦ୍ୱାରା ସମୂହ ନମାଜ ପାଠ କରାଯାଇଥିବା ବେଳେ ଏଥିରେ ଶତାଧିକ ମୁସଲମାନ ଭାଇ ଓ ଭଉଣୀ ମାନେ ଯୋଗ ଦେଇଥିଲେ । ସେହିପରି ଚଣ୍ଡିପୁରସ୍ଥିତ ପଠାଣ ମହଲାରେ ମୌଲବି ରିହାଜ୍ ଖାନ୍, କାଜିମହଲାରେ ମୌଲବି ସାହା ଖାଲିଦ୍ ସିଦ୍ଧିକ୍ଙ୍କ ଦ୍ୱାରା ସମୂହ ନମାଜ ପାଠ କରାଯାଇଥିଲା । ସେହିପରି ବନ୍ତ, ରାମଚନ୍ଦ୍ରପୁର ଆଦି ବିଭିନ୍ନ ସ୍ଥାନରେ ଥିବା ମଜସିଦ୍ ଓ ଇଦ୍ଘା ପରିସରରେ ସମୂହ ନମାଜ ପାଠ ହୋଇଥିଲା । ମୁସଲମାନ ଭାଇ ଓ ଭଉଣୀ ମାନେ ଆଜିର ଦିନରେ ନୂତନ ବସ୍ତ୍ର ପରିଧାନ କରି ନମାଜ ପାଠ କରିବା ସହ ପରସ୍ପରକୁ ମୁବାରକ୍ ଜଣାଇବା ସହ ମିଷ୍ଠାନ୍ନ ଖୁଆଇଥିଲେ ।