ବନ୍ତର ବିଭିନ୍ନ ସ୍ଥାନରେ ବିଦ୍ୟାଦାତ୍ରୀଙ୍କ ପୂଜା
ବନ୍ତ,(ଯୁଗାବ୍ଦନ୍ୟୁଜ) : ଗୁରବାର ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ବିଦ୍ୟାଦାତ୍ରୀ ମା’ସରସ୍ୱତୀଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ବନ୍ତସ୍ଥିତ ଚାରୁଚନ୍ଦ୍ର ଇଂଲିଶ ମିଡିୟମ ସ୍କୁଲ, ଲିଟିଲ୍ ସ୍କୁଇରାଲ୍ ପବ୍ଲିକ୍ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନିଳୋକସ୍ଥିତ ସାଧନା ବିଦ୍ୟା ମନ୍ଦିର, ନିଳୋକ ହାଇସ୍କୁଲ, ହରିହର ନୋଡାଲ ଉପ୍ରା ବିଦ୍ୟାଳୟ, ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟ, ଦୋଳପଦୀସ୍ଥିତ ଆନନ୍ଦରାମ ପାଟୋଡିଆ ସରକାରୀ ଉଚ୍ଚ ବିଦ୍ୟାଳୟ, ପଳସାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର, ସେଣ୍ଢତୀରାସ୍ଥିତ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାଳୟ, ଗଣିଜାଙ୍ଗସ୍ଥିତ ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ, ଛୟାଳସିଂସ୍ଥିତ ଖଗେଶ୍ୱର ଉଚ୍ଚ ବିଦ୍ୟାଳୟ, ପଳସା ପ୍ରାଥମିକ ଓ ମଇ ବିଦ୍ୟାଳୟ, ଗଣିଜାଙ୍ଗ ସେଠୀସାହିଛକସ୍ଥିତ ଦି ନ୍ୟୁ ୟୁଥ୍ କନଫିଡେନ୍ସ କ୍ଲବ, ରାମକୃଷ୍ଣପୁରସ୍ଥିତ ବାଲୁକେଶ୍ୱର ଉଚ୍ଚ ବିଦ୍ୟାଳୟ, ବାଲୁକେଶ୍ୱର ଉପ୍ରା ବିଦ୍ୟାଳୟ, ଓଡଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ, ବନ୍ତ ହାଇସ୍କୁଲ, ବନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ, ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ, ଗଡଚଣ୍ଡି ଉପ୍ରା ଓ ମଇ ବିଦ୍ୟାଳୟ, ମେନକାରାଣୀ ଉଚ୍ଚ ବିଦ୍ୟାଳୟ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ବିଦ୍ୟାଦାତ୍ରୀଙ୍କ ପୂଜା ପାଳିତ ହୋଇଯାଇଛି । ଓଡଙ୍ଗ ପଞ୍ଚାୟତ ସରମରା ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ବ୍ଲକ ପ୍ରସିଦ୍ଧ ସରସ୍ୱତୀ ପୂଜା ଆରମ୍ଭ ହୋଇଛି ।


