ବନ୍ତର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ବନ୍ତ ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା ପତାକା ଉତ୍ତୋଳନ କରିଥିବା ବେଳେ ବିଡିଓ ଅଙ୍କିତା ବାରିକଙ୍କ ସମେତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ବନ୍ତ ଥାନାରେ ଆଇଆଇସି ଆଦିତ୍ୟ ପ୍ରସାଦ ଜେନା, ତହସିଲରେ ତହସିଲଦାର ଇନ୍ଦିରା ସାହୁ, ସବ୍‌-ରେଜେଷ୍ଟି କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ, ବିଇଓ ଅଫିସରେ ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରାଇ, ବନ୍ତ ପ୍ରାଣୀ ଚିକିତ୍ସାଳୟରେ ବିଭିଓ ଡାକ୍ତର ନିର୍ମଳ ଚନ୍ଦ୍ର ବାରିକ, ଆଗରପଡା ପ୍ରାଣୀ ଚିକିତ୍ସାଳୟରେ ଡାକ୍ତର ଚିତ୍ତରଞ୍ଜନ ଦାଶ, ଆର୍‌.ଡି ଅଫିସରେ କନିଷ୍ଠ ଯନ୍ତ୍ରୀ କୃଷ୍ଣପଦ ମହାନ୍ତି, ବନ୍ତ ଜଳସେଚନ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଅମୂଲ୍ୟ କୁମାର ରାଉତ, ସିପିଆଇ ଅଫିସରେ ଅବସରପ୍ରାପ୍ତ କାରାଧିକାରୀ ବାବାଜି ଚରଣ ଜେନା, ଟିଲୋ ପଞ୍ଚାୟତରେ ସରପଞ୍ଚ ନିହାରିକା ରାଉତ, ବନ୍ତ ପଞ୍ଚାୟତରେ ସରପଞ୍ଚ କୃପାସିନ୍ଧୁ ସେଠୀ, ପଧାନପଡା ପଞ୍ଚାୟତରେ ସରପଞ୍ଚ ମୁସ୍ତାକ୍ ଅଲ୍ଲୀ ଖାଁ, ନିଳୋକ ପଞ୍ଚାୟତରେ ସରପଞ୍ଚ ଅଶୋକ କୁମାର ମହାନ୍ତି, ନିଳୋକ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଦୁର୍ଯ୍ୟଧନ ଜେନା, ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟରେ ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତି, ଗଡଚଣ୍ଡି ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଗୋଲାପରାଣୀ ରାଉତ, ଟିଲୋ ହାଇସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ସାମଲ ପତାକା ଉତ୍ତୋଳନ କରିଥିଲେ । ବ୍ଳକ କଂଗ୍ରେସ କାର୍ଯ୍ୟାଳୟରେ ବ୍ଳକ କଂଗ୍ରେସ ଉପସଭାପତି ନିରଞ୍ଜନ ମଲ୍ଲିକ ପତାକା ଉତ୍ତୋଳନ କରିଥିବା ବେଳେ ବିଷ୍ଣୁ ମୋହନ ପଣ୍ଡା, ତ୍ରିଲୋଚନ ପଣ୍ଡା, ଫାଲଗୁନି ରାଉତ, ସାଦ୍ ସିଦ୍ଧିକ୍ ଉପସ୍ଥିତ ଥିଲେ । ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ସ୍କୁଲରେ ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକ ପତାକା ଉତ୍ତୋଳନ କରିଥିବା ବେଳେ ଅଧ୍ୟକ୍ଷ ଅକ୍ଷୟ କୁମାର ଜେନା ଉପସ୍ଥିତ ଥିଲେ । ଶାନ୍ତି ୟୁଥ୍ ଆସୋସିଏସନରେ ସଂପାଦକ କାହ୍ନା ନାୟକ ପତାକା ଉତ୍ତୋଳନ କରିଥିବା ବେଳେ ସୌରଭ ପରିଡା, ସାର୍ଥକ ବିଶ୍ୱାଳ, ସୁନୀଲ ଦାସ, ସତ୍ୟରଂଜନ ଲେଙ୍କା, ଆଶିଷ ଚକ୍ରବର୍ତ୍ତୀ, ଜ୍ୟୋତି ନାୟକ ଉପସ୍ଥିତ ଥିଲେ । ପଧାନପଡା ସେବା ସମବାୟ ସମିତିରେ ପୂର୍ବତନ ସଭାପତି ହୃଷିକେଶ ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ସରପଞ୍ଚ ଅଶୋକ ମହାନ୍ତି, କିଶୋର ବେହେରା, ମଧୁସୂଦନ ନାୟକ, ସଂପାଦକ ନାରାୟଣ ଚନ୍ଦ୍ର ସାହୁ, ସହସଂପାଦକ ସେକ୍ ଗୋଲାମ୍‌, ଦିବାକର ବେହେରା, ଅପୂର୍ବ ରଂଜନ ସେଠୀ ଉପସ୍ଥିତ ଥିଲେ । ସେହିପରି ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ, କଳିଙ୍ଗ ବିକାଶ କମ୍ପ୍ୟୁଟର, ପଦ୍ମାବତୀ କମ୍ପ୍ୟୁଟର ଏକାଡେମୀ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସବ୍ ପୋଷ୍ଟ ଅଫିସ, ଆର.ଡବ୍ଲ୍ୟୁ.ଏସ୍‌.ଏସ୍ ଅଫିସ, ସରସ୍ୱତୀ ଶିଶୁ ମନ୍ଦିର, ମଙ୍ଗୁଲି ସରକାରୀ ସଂଯୁକ୍ତ ଉପ୍ରା ବିଦ୍ୟାଳୟ ସମେତ ବ୍ଲକର ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏହି ଦିବସ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ