ବନ୍ତର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ବନ୍ତ ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ପତାକା ଉତ୍ତୋଳନ କରିଥିବା ବେଳେ ବିଡିଓ ଶୁଭଦର୍ଶନ ମିଶ୍ରଙ୍କ ସମେତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ବନ୍ତ ଥାନାରେ ଆଇଆଇସି ଆଦିତ୍ୟ ପ୍ରସାଦ ଜେନା, ତହସିଲ ଓ ସବ୍‌-ରେଜେଷ୍ଟି କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ, ବିଇଓ ଅଫିସରେ ଏବିଇଓ ହରେକୃଷ୍ଣ ଆପଟ, ବନ୍ତ ପ୍ରାଣୀ ଚିକିତ୍ସାଳୟରେ ବିଭିଓ ଡାକ୍ତର ନିର୍ମଳ ଚନ୍ଦ୍ର ବାରିକ, ଆଗରପଡା ପ୍ରାଣୀ ଚିକିତ୍ସାଳୟରେ ପ୍ରାଣୀଧନ ନିରୀକ୍ଷକ ପ୍ରିୟବ୍ରତ ରାଉତ, ଆର୍‌.ଡି ଅଫିସରେ କନିଷ୍ଠ ଯନ୍ତ୍ରୀ କୃଷ୍ଣପଦ ମହାନ୍ତି, ବନ୍ତ ଜଳସେଚନ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ନରହରି ପ୍ରଧାନ, ଟିଲୋ ପଞ୍ଚାୟତରେ ଆଇଆଇସି ଆଦିତ୍ୟ ପ୍ରସାଦ ଜେନା, ବନ୍ତ ପଞ୍ଚାୟତରେ ସରପଞ୍ଚ ମାନସୀରାଣୀ ରାଉତ, ନିଳୋକ ପଞ୍ଚାୟତରେ ସରପଞ୍ଚ ରଜନୀ ସେଠୀ, ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ସ୍କୁଲରେ ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକ, ନିଳୋକ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଦୁର୍ଯ୍ୟଧନ ଜେନା, ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟରେ ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତି, ପତାକା ଉତ୍ତୋଳନ କରିଥିଲେ । ନିଳୋକସ୍ଥିତ ଅରୋମିରା ସାଧନା କେନ୍ଦ୍ର ଠାରେ ସାମ୍ବାଦିକ ହରି ନାରାୟଣ ମହାନ୍ତି ପତାକା ଉତ୍ତୋଳନ କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ କୁଳମଣି ଦାସ, କେନ୍ଦ୍ରର ପ୍ରତିଷ୍ଠାତା ତଥା ଶିକ୍ଷକ ଅରୁଣ କୁମାର ବାରିକ, ଶିକ୍ଷକ ରବିନ୍ଦ୍ର ଜେନା, ଜ୍ଞାନ ରଞ୍ଜନ ଜେନା, ଅନନ୍ତ ଚରଣ ରାଉତ, ନିରଞ୍ଜନ ପଣ୍ଡା ଉପସ୍ଥିତ ଥିଲେ । ସିପିଆଇ ଅଫିସରେ ନିରଞ୍ଜନ ନାୟକ ପତାକା ଉତ୍ତୋଳନ କରିଥିବା ବେଳେ ଜୋନ୍ ସମ୍ପାଦକ ରମେଶ ଜେନା, ଆଇନଜୀବି ପରମେଶ୍ୱର ବାରିକ, ଭାସ୍କର ଚନ୍ଦ୍ର ବେହେରା, ଦୁଲ୍ଲା ଖାଁ, ଅଭିମନ୍ୟୁ ଜେନା, ପବିତ୍ର ସେଠୀ, ଯୁବନେତା ଫାଲ୍ଗୁନି ରାଉତ ଉପସ୍ଥିତ ଥିଲେ । ସେହିପରି ଶାନ୍ତି ୟୁଥ୍ ଆସୋସିଏସନ, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ, କଳିଙ୍ଗ ବିକାଶ କମ୍ପ୍ୟୁଟର, ପଦ୍ମାବତୀ କମ୍ପ୍ୟୁଟର ଏକାଡେମୀ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସବ୍ ପୋଷ୍ଟ ଅଫିସ, ଆର.ଡବ୍ଲ୍ୟୁ.ଏସ୍‌.ଏସ୍ ଅଫିସ, ସରସ୍ୱତୀ ଶିଶୁ ମନ୍ଦିର, ମଙ୍ଗୁଲି ସରକାରୀ ସଂଯୁକ୍ତ ଉପ୍ରା ବିଦ୍ୟାଳୟ ସମେତ ବ୍ଲକର ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏହି ଦିବସ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ